ବିଜେପି ସରକାର ଶାସନକୁ ଆସିବା ପୂର୍ବରୁ ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ନିର୍ବାଚନ ପରେ ପ୍ରତିଶ୍ରୁତି ପୂରଣ ମଧ୍ୟ କରିଛନ୍ତି ।ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି ସୂଚନା ସାଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ସୁଭଦ୍ରା ଯୋଜନାରେ ଆକାଉଣ୍ଟ ଭୁଲ ଥିବା ଯୋଗୁଁ ୨ହଜାର ଆବେଦନ ଖାରଜ ହୋଇଛି । କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ଆବେଦନ ପେଣ୍ଡିଙ୍ଗ ଥିଲା। ମୋଟ ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ମିଳିଛି ସୁଭଦ୍ରା ପ୍ରଥମ କିସ୍ତି।ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ।
ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ବର୍ତମାନ ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି।ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।୧୫ରେ ଆବେଦନ କରିଥିବା ମହିଳାଙ୍କୁ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ପର୍ଯ୍ୟକ୍ରମେ ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହା ମହିଳାଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ।ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ଟପି ପରେ ବୋଲି ଆକଳନ କରାଯାଉଛି ।ବର୍ଷକୁ ଦୁଇଟି ଦିନ ଅର୍ଥାତରାକ୍ଷୀ ପୁର୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇଟି ଦିନରେ ବର୍ଷକୁ ଦୁଇଥର ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ।
ସବୁ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବେ ବୋଲି ।ଯେଉଁ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଉଛି । ସମାଜରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିଛି ।