Site icon UTKAL PRATIDIN

କେବେ ବନ୍ଦ ହେବ ଶିମିଳିପାଳ ରୁ ଅବାଧ ଶିକାର !!

WhatsApp Image 2024-08-05 at 19.58.14

ଶିକାରୀ ଘରେ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବାହିନୀର ଅତର୍କିତ ଚଢ଼ାଉ କରାଯାଇ ଉକ୍ତ ଶିକାରୀ ଘରୁ ଗୋଟିଏ ବାଘ ମେରୁଦଣ୍ଡ, ଦୁଇଟି ହରିଣ ଶିଙ୍ଗ,ଶୁଖିଲା ମାଂସ , ଧନୁତୀର, ଅନେକଗୁଡ଼ିଏ ଫାସ, ଦୁଇଟି ଟାଙ୍ଗିଆ ଓ ବିଷ ଜବତ କରାଯିବା ସହିତ ଜଣେ ଶିକାରୀ କୁ ଗିରଫ କରିଛି ବନ ବିଭାଗ ଖବର ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ନଅଣା ବନ୍ୟପ୍ରାଣୀ ରେଞ୍ଜ ମକାବାଡି ଗାଆଁ ରେ ଚଢ଼ାଉ କରିଥିଲା ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବାହିନୀ ଗିରଫ ଶିକାରୀ ଜଣକ ହେଉଛନ୍ତି ସେହି ମକାବାଡ଼ି ଗାଁର ଲଙ୍କନ୍ ବଦ୍ରା। ଘଟଣା ର ଅଧିକ ତଦନ୍ତ ଜାରୀ ରହିଥିବା ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି

ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

Exit mobile version