Site icon UTKAL PRATIDIN

ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ

hli

ଭୁବନେଶ୍ଵର: ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ। ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ।

ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ। ତେବେ ସବୁଥର ଭଳି ଏଥର ମଧ୍ୟ ପୋଲିସ ରସାୟନିକ ରଙ୍ଗରେ ହୋଲି ଖୋଳିବାକୁ ବାରଣ କରିଛି। ଯଦି କୌଣସି ଦୋକାନୀ ରାସାୟନିକ ରଙ୍ଗ ବିକ୍ରିକରନ୍ତି ତେବେ ପୁଲିସ ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିସନରେଟ୍‌‌ ପୋଲିସ ପକ୍ଷରୁ କୁହାଯାଇଛି। କେବଳ ହର୍ବାଲ୍‌‌ ରଙ୍ଗରେ ହୋଲି ଖୋଳିବାକୁ ପୋଲିସ ଲୋକଙ୍କୁ ସଚେତନ କରିଛି। କାରଣ ରାସାୟନିକ ରଙ୍ଗ ଶରୀର ପ୍ରତିକ୍ଷତି କାରଣ ହୋଇଥିବାରୁ ପୁଲିସ ଏହାକୁ ବାରଣ କରିଛି। ଯେଉଁମାନେ ବିକ୍ରି କରିବେ ପୁଲିସର ଟିମ୍‌‌ ଚଢ଼ଉ କରି ରଙ୍ଗ ଜବତ କରିବେ ବୋଲି ଡିସିପି ସୂଚନା ଦେଇଛନ୍ତି । ଏପଟେ ରଙ୍ଗର ପର୍ବ ହୋଲିକୁ ନେଇ ଝୁମି ଆସିଲାଣି ପରିବେଶ। ରଙ୍ଗ ଓ ଫଗୁର ପସରାରେ ଭରି ଗଲାଣି ଦୋକାନବଜାର। ତେବେ ରାସାୟନିକ ରଙ୍ଗ ଅପେକ୍ଷା, ହର୍ବାଲ୍ କଲର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ।

ରଙ୍ଗ ଓ ଭାଇଚାରାର ପର୍ବ ହେଉଛି ହୋଲି । ଏହି ପର୍ବରେ ଦିନକ ପୂର୍ବରୁ ଦୋଳଯାତ୍ରା ହୋଇଥାଏ । ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଏହାପରେ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚ ଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଏ । ଏହି ପାଞ୍ଚ ଦିନ କାଳ ନାନାଦି ମନୋରଞ୍ଜନ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଆୟୋଜିତ ହୋଇଥାଏ । ଏହାର ପରଦିନ ରଙ୍ଗ ଖେଳ ହୋଇଥାଏ ।ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । କୋଲକାତାରେ ହୋଲି ପାଇଁ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଉତ୍ସବ । ଦୁଇବର୍ଷ ପରେ ଲୋକେ ଏକାଠି ହୋଇ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜସ୍ଥାନରେ ପାଳିତ ହୋଇଛି ପାରମ୍ପରିକ ହୋଲି ଉତ୍ସବ । ବିଭିନ୍ନ ସଂସ୍ଥା ପକ୍ଷରୁ ଏଥିପାଇଁ ଆୟୋଜିତ ହୋଇଛି ହୋଲି ସେଲିବ୍ରେସନ । ସେହି ପିରି ବୃନ୍ଦାବନରେ କୃଷ୍ଣ ପ୍ରେମରେ ରଙ୍ଗ ଖେଳି ମଜିଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗ ଫଗୁରେ ରଙ୍ଗାୟିତ ବୃନ୍ଦାବନର ପବିତ୍ର ମାଟି । ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ କୃଷ୍ଣ ଭକ୍ତିରେ ଲିନ ହୋଇ ହୋଲି ଖେଳରେ ମାତିଥିଲେ । ସେହିପରି ଜମ୍ମୁ କାଶ୍ମୀର ସୀମାରେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଛନ୍ତି ବିଏସଏଫ ଜବାନ ।

Exit mobile version