Site icon UTKAL PRATIDIN

ଆସନ୍ତାକାଲି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ

partial-solar-eclipse-cover

ନୂଆଦିଲ୍ଲୀ: ଆସନ୍ତାକାଲି ସଂଘଠିତ ହେବ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ । ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଉତ୍ତରପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଦିନ ୨ଟା ୨୦ରୁ ଆରମ୍ଭ ହେବ ଆଂଶିକ ସୂର୍ଯ୍ୟ ପରାଗ । ଅପରାହ୍ନ ୪ଟା ୧୭ ମିନିଟରେ ସର୍ବାଧିକ ୯୦ ପ୍ରତିଶତ ହେବ । ଏହି ଆଂଶିକ ସୂର୍ଯ୍ୟ ପରାଗ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଶ୍ରୀମନ୍ଦିର ନୀତିକାନ୍ତିରେ ବି କୌଣସି ପରିବର୍ତ୍ତନ ହେବନି କହିଲା ପ୍ରଶାସନ ।

ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ଋଷରେ ଦୃଶ୍ୟମାନ ହେବ ଏହି ଆଂଶିକ ସୂର୍ଯ୍ୟ ପରାଗ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। କେତେକ ସ୍ଥାନରେ ଏଥର ସର୍ବାଧିକ ସୂର୍ଯ୍ୟ ପରାଗ ୯୦ ପ୍ରତିଶତ ହେବ । ଏହା ଭାରତୀୟ ସମୟ ଦିନ ୨ଟା ୨୦ ମିନିଟ୍ ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟ୍ ରେ ସର୍ବାଧିକ (୯୦%) ହେବ । ପରାଗ ଶେଷ ହେବ ଭାରତୀୟ ସମୟ ଦିନ ୪ ଟା ୧୪ ମିନିଟ୍ ରେ।

ପରବର୍ତ୍ତି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ସେପ୍ଟେମ୍ବର ୭ – ୮ ତାରିଖରେ ସମଗ୍ର ଭାରତ ସହ ଏସିଆ, ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏ ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକା ରେ ଦୃଶ୍ୟମାନ ହେବ । ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।

Exit mobile version