Site icon UTKAL PRATIDIN

ହନୁମାନ ଜୟନ୍ତୀ: କରନ୍ତୁ ଏହି କାମ ନଚେତ୍ ହୋଇପାରେ ବିଭ୍ରାଟ

Capture

ଭୁବନେଶ୍ଵର: ହନୁମାନ ଜୟନ୍ତୀ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଅନ୍ୟତମ। ଏହିଦିନଟି ବିଶେଷ ଭାବେ ହନୁମାନ ଭକ୍ତଙ୍କ ପାଇଁ ବେଶ ମହତ ରଖେ। ଏହିଦିନ ଭକ୍ତମାନ ଉପବାସ ରହି ପ୍ରଭୃ ବୀର ହନୁମାନଙ୍କୁ ପୂଜା କରିଥାନ୍ତି। ଏହିଦିନ ସମସ୍ତେ ହନୁମାନ ମନ୍ଦିରରେ ପୂଜାଅର୍ଚ୍ଚନା କରିବା ଉଚିତ।

ତେବେ ହନୁମାନ ଜୟନ୍ତୀରେ କେତେକ ବିଶେଷ କଥା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେଗୁଡିକ ହେଲା

ହନୁମାନ ଚାଳିସା ପାଠ – ହନୁମାନ ଜୟନ୍ତୀରେ ନିଶ୍ଚିତ ଭାବେ ହନୁମାନ ଚାଳିସା ପାଠ କରିବା ଉଚିତ। କାରଣ ଏହି ଦିନ ହନୁମାନ ଚାଳିସା ପାଠ କରିବାର ଗୁରୁତ୍ବ ଭିନ୍ନ ପ୍ରକାରର ରହିଛି।

ରାଶିତେଲ ଦୀପ ପ୍ରଦାନ – ଏହିଦିନ ବୀର ହନୁମାନଙ୍କୁ ରାଶି ତେଲ ଦୀପ ଦାନ କରନ୍ତୁ। ଯଦି ସମ୍ଭବ ତିନି ମୁହିଁଆ ଦୀପ ପ୍ରଜଲ୍ଲନ କଲେ ବହୁ ଉପକାର ମିଳିଥାଏ।

ହନୁମାନ ମନ୍ତ୍ର ପାଠ – ଏହିଦିନ ଆପଣ ହନୁମାନ ମନ୍ତ୍ର ନିଶ୍ଚିତ ପାଠ କରନ୍ତୁ। କାରଣ ଅନ୍ୟଦିନ ଅପେକ୍ଷା ହନୁମାନ ଜୟନ୍ତିରେ ଏହାର ଗୁରୁତ୍ବ ରହିଛି। ଏହି ମନ୍ତ୍ର ହେଲା- ଓଁ ଶ୍ରୀ ହନୁମନ୍ତେ ନମଃ। ଏହାକୁ ଶହେ ଆଠ ଥର ଜପ କରିବା ଉଚିତ।

ସୁନ୍ଦରାକାଣ୍ଡ ପାଠ – ଏହି ଦିନ ଥରଟିଏ ହେଉ ପଛେ ସୁନ୍ଦରାକାଣ୍ଡ ପାଠ କରିବା ବେଶ ଉପକାର ଆସିଥାଏ।

ପିତ୍ତଳ ବଳା ଧାରଣ – ଏହିଦିନ ଏକ ହନୁମାନଙ୍କ ପାଖରେ ପୂଜା ହୋଇଥିବା ବଳା ଧାରଣ କରିବା ଉଚିତ। ଏହି ବଳାଟି ପିତ୍ତଳର ହୋଇଥିବ। ପ୍ରଭୃଙ୍କ ପାଖରେ ପୂଜା କରି ଏହାକୁ ହନୁମାନ ଜୟନ୍ତୀରେ ଧାରଣ କରାଯାଇଥାଏ।

ଲଡୁ ଭୋଗ କରନ୍ତୁ – ପ୍ରତି ମଙ୍ଗଳବାର, ଶନିବାର ଏବଂ ହନୁମାନ ଜୟନ୍ତୀରେ ପ୍ରଭୃଙ୍କୁ ଲଡୁ ଭୋଗ ଅର୍ପଣ କରନ୍ତୁ। ଏହା ବୁନ୍ଦି, ବେସନ ଲଡୁ କିମ୍ବା ମାଲପୁଆ ଭୋଗ କରନ୍ତୁ।

ରାମ, ଲକ୍ଷ୍ଣଣ, ସୀତାଙ୍କୁ ପୂଜା – ଅନେକ ହନୁମାନ ଜୟନ୍ତୀରେ କେବଳ ହନୁମାନଙ୍କୁ ପୂଜା କରି ଚାଲିଆସନ୍ତି। ହେଲେ ଏହା ଭୁଲ। ସେଦିନ ଠିକ୍ ସେହି ସମାନ ଭକ୍ତିରେ ପ୍ରଭୃ ଶ୍ରୀରାମ, ପ୍ରଭୃ ଲକ୍ଷ୍ଣଣ ଏବଂ ମାତା ସୀତାଙ୍କୁ ମଧ୍ୟ ପୂଜା କରନ୍ତୁ। ନଚେତ ହୁନମାନ ଜୀ ନିଶ୍ଚିତ ରୋଶ କରିବେ।

Exit mobile version