Site icon UTKAL PRATIDIN

ଇସ୍ରାଏଲକୁ ଟକ୍କର ଦେବାକୁ କେଉଁ ନୂଆ ପ୍ଲାନ ସହ ଆଗକୁ ଆସୁଛି ହାମାସ? ଜାଣନ୍ତୁ..

107326218-16987664202023-10-31t150322z_251106853_rc2p34auspmp_rtrmadp_0_israel-palestinians

ଇସ୍ରାଏଲ : ଏବେ ଯାଏଁ ଚାଲିଛି ଯୁଦ୍ଧ l କେଉଁଠି ଯାଇ ଏହି ଯୁଦ୍ଧର ସମାପ୍ତି ହେବ ସେ କଥା କିଏ ଜାଣିନାହାନ୍ତି l ଅକ୍ଟୋବର ୭ ରୁ ଚାଲିଛି ଏହି ଲଢେଇ l ଏବେ ଇସ୍ରାଏଲ କୁ କଡା ଟକ୍କର ଦେବାକୁ ନୂଆ ପ୍ଲାନ ସହ ଆଗକୁ ଆସିଛି ହାମାସ l ଇସ୍ରାଏଲକୁ ଘେରି ରହିବା ଏବଂ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ହାମାସ୍ ସମୁଦ୍ର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସୂଚନାନୁସାରେ, ହାମାସ ଯୁଦ୍ଧବିମାନ ସମୁଦ୍ରରେ ଇସ୍ରାଏଲର ଯୁଦ୍ଧ ଜାହାଜକୁ ଟାର୍ଗେଟ କରିବାକୁ ଯୋଜନା କରୁଛି।

ଏଥି ସହିତ ଦାବି ହେଉଛି ଯେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ହାମାସ ଅଲ ଆସିଫ ଟର୍ପେଡୋ ମିସାଇଲ ତିଆରି କରିଛି। ହମାସ୍ ନିଜେ ଏହି ଦାବି କରିଛନ୍ତି। ଯେତେବେଳେ କି ଇସ୍ରାଏଲ୍ ବିଶ୍ୱାସ କରେ ଯେ ଟର୍ପେଡୋ କ୍ଷେପଣାସ୍ତ୍ରକୁ ଶତ୍ରୁ ଦେଶ ହାମାସକୁ ଦେଇଛି। ଟର୍ପେଡୋର ଭିଡିଓ ପ୍ରକାଶ କରି ହାମାସ ଇସ୍ରାଏଲକୁ ଚେତାବନୀ ଦେଇଛି। ବିଶ୍ୱାସ କରାଯାଏ ଯେ ସମୁଦ୍ରରେ ଥିବା ଇସ୍ରାଏଲର ଡମି ବେସ୍ ଟର୍ପେଡୋ ସହିତ ଟାର୍ଗେଟ କରାଯାଇପାରିବ l

Exit mobile version