Site icon UTKAL PRATIDIN

ମନ୍ଦିର ଭିତରକୁ ପ୍ରବେଶ କରୁ କରୁ କାହିଁକି ଭକ୍ତମାନେ ବଜାନ୍ତି ଘଣ୍ଟି, ଜାଣନ୍ତୁ…

WhatsApp Image 2025-05-27 at 11.00.51 AM

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ପୂଜା ସମୟରେ ଘଣ୍ଟିବଜାଇବା ଏକ ବିଶେଷ ମହତ୍ତ୍ୱ ରଖେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ ମନ୍ଦିରରେ ଘଣ୍ଟି ବନ୍ଧାଯିବାର କାରଣ କଣ ? ଚାଲନ୍ତୁ ଜାଣିବା ସେହି ବିଷୟରେ। ଘଣ୍ଟି ହେଉଛି ମଙ୍ଗଳ ଧ୍ୱନି ର ପ୍ରତୀକ I ପୂଜା ପୂର୍ବରୁ ଘଣ୍ଟି ବଜାଇବା ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ ଏବଂ ଆଖପାଖର ପରିବେଶକୁ ଶୁଦ୍ଧ କରିଥାଏ।

ଘରେ କିମ୍ବା ମନ୍ଦିରରେ ପୂଜା କରିବା ସମୟରେ ଘଣ୍ଟି ବଜାଇବା ପରିବେଶରେ ଥିବା ମାଇକ୍ରୋ ଅଣୁଜୀବ ଏବଂ ଜୀବାଣୁ ନଷ୍ଟ କରିଥାଏ ଏବଂ ନକାରାତ୍ମକ ଶକ୍ତି ମଧ୍ୟ ଦୂର କରିଥାଏ । ଦେବା ଦେବୀ ଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଘଣ୍ଟି ଶବ୍ଧ ଦ୍ୱରା ମନ ଭକ୍ତି ଭାବରେ ପୂର୍ଣ୍ଣ ହେଇଥାଏ I ଏହା ର ଶବ୍ଧ ଦ୍ୱାରା ଅନ୍ୟ ସମସ୍ତ ଦିଗରୁ ନଜର ହଟିଯାଇ ମନ ଭିତରେ କେବଳ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେଇଥାଏ I ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ସେଠାରେ ସ୍ଥାପିତ ଦେବାଦାବୀଙ୍କର ମୂର୍ତ୍ତିରେ ଚେତନା ଜାଗ୍ରତ ହୁଏ। କୁହାଯାଏ ଏହା ପରେ ପୂଜା ଅତ୍ୟନ୍ତ ପ୍ରଭାବଶାଳୀ ହୁଏ ଏବଂ ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣନ୍ତି। ଘଣ୍ଟି ବଜାଇବା ଅର୍ଥ ଭଗବାନଙ୍କ ଆଗରେ ଆପଣଙ୍କ ଉପସ୍ଥିତି।

ଘଣ୍ଟି ବଜାଇବା ଦ୍ୱାରା ଦେବାଦାବୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଆଶୀର୍ବାଦ କରିଥାନ୍ତି। କୁହାଯାଏ ଭଗବାନଙ୍କୁ ଘଣ୍ଟି, ଶଙ୍ଖ ଆଦି ଶବ୍ଦ ଅତ୍ୟନ୍ତ ପ୍ରିୟ। ଘଣ୍ଟିର ଶବ୍ଦ ପରିବେଶରେ ଶୁଦ୍ଧତା ଆଣିଥାଏ। ଘଣ୍ଟିକୁ ବ୍ରହ୍ମାଣ୍ଡର ସୃଷ୍ଟି ସମୟରେ ପ୍ରକାଶିତ ଧ୍ୱନିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଘଣ୍ଟି ବଜାଇ ଦ୍ୱାରା ଶୁଭ କାର୍ଯ୍ୟ ଆରମ୍ଭ ହୁଏ, ତେବେ ଈଶ୍ୱରଙ୍କ ଆଶୀର୍ବାଦ ନିଶ୍ଚିତ ଭାବରେ ପ୍ରାପ୍ତ ହୁଏ। ବୈଜ୍ଞାନିକଙ୍କ ମତାନୁସାରେ, ଘଣ୍ଟି ବଜାଇବା ଦ୍ୱାରା ପରିବେଶରେ ଏକ କମ୍ପନ ସୃଷ୍ଟି ହୁଏ। ବାୟୁମଣ୍ଡଳରେ ଏହି କମ୍ପନର ସଂପ୍ରସାରଣ ହେତୁ ଜୀବାଣୁ ଏପରିକି ମାଇକ୍ରୋ ଅଣୁଜୀବ ଇତ୍ୟାଦି ନଷ୍ଟ ହୋଇଯାଆନ୍ତି। ବାୟୁମଣ୍ଡଳ ଶୁଦ୍ଧ ହୋଇଥାଏ। ସେସବୁ ସ୍ଥାନରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

ଯେଉଁ ସ୍ଥାନଗୁଡ଼ିକରେ ଘଣ୍ଟି ନିୟମିତ ବାଜିଥାଏ ସେଠାରେ ସକରାତ୍ମକ ଶକ୍ତିର ପ୍ରଭାବ ବେଶୀ ରହିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ। ଏହା ସହିତ ଘଣ୍ଟିର ଶବ୍ଦ, ମଣିଷର ମନ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ। ଘଣ୍ଟି ଶଦ୍ଦ ଶାନ୍ତିର ଏକ ଅନୁଭବ ଦେଇଥାଏ, ଯାହା ଚାପ ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ। ଏହି କାରଣରୁ, ଲୋକମାନେ ଘରର କବାଟ ଏବଂ ଝରକା ଉପରେ ଫେଙ୍ଗସୁଇ ଘଣ୍ଟି ମଧ୍ୟ ସ୍ଥାପନ କରନ୍ତି। ଯାହା ଦ୍ବାରା ଏହାର ଶବ୍ଦଠାରୁ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ।

Exit mobile version