Site icon UTKAL PRATIDIN

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍

1-e1596260335450

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ ।

ଆଜି ହେଉଛି ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ୧୦୭ ତମ ଜନ୍ମ ଦିବସ। ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧କୁ ‘ସମ୍ବଲପୁରୀ ଦିନ୍‌’ ଭାବେ ପାଳନ କରାଯାଉଛି। ନାଚ, ଗୀତ, ପାରମ୍ପରିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ତା ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟପେୟରେ ମସଗୁଲ ହୋଇଥିଲେ ପଶ୍ଚିମ ଓଡ଼ିଶାବାସୀ। ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିନ୍‌।

ସେହିପରି ସ୍ୱର୍ଗତ ବହିଦାରଙ୍କ ଜନ୍ମ ବାର୍ଷିକୀ କୁ ସ୍ମରଣ କରିବା ଏବଂ ତାଙ୍କର ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ରହିଥିବା ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାର ସମସ୍ତ କର୍ମଚାରୀ ମାନଙ୍କୁ ‘ସମ୍ବଲପୁରୀ ପୋଷାକ’ ପରିଧାନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଏନେଇ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Exit mobile version