
ଭୁବନେଶ୍ଵର: ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍, ୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍ । ମକଡ୍ରିଲ୍ ନେଇ ଅଗ୍ନିଶମ ଡିଜିଙ୍କ ପ୍ରତିକ୍ରିୟା । କାଲି ଉପକୂଳ ଓ ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ହେବ ମକଡ୍ରିଲ୍ । କାଲିଠୁ ଆରମ୍ଭ ହେବ, ସପ୍ତାହେ ଚାଲିବ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ସମସ୍ତେ ଭାଗ ନେବାକୁ ଅପିଲ୍ କଲେ ଅଗ୍ନିଶମ ଡିଜି ।
ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ । ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ। ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଦେଶରେ ଚିହ୍ନଟ ୨୫୯ ସିଭିଲ ଡିଫେନ୍ସ ଜିଲ୍ଲାଗୁଡିକରେ ହେବ ମକ ଡ୍ରିଲ୍ । ସେଥିରୁ ଓଡ଼ିଶାର ୧୨ଟି ଜିଲ୍ଲା ରହିଛି । କ୍ୟାଟାଗୋରୀ ୧ରେ ତାଳଚେର ରହିଛି । କ୍ୟାଟାଗୋରୀ ଦୁଇରେ ଅଛି ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲା । କ୍ୟାଟାଗୋରୀ ଥ୍ରୀରେ ରହିଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ।ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।