Site icon UTKAL PRATIDIN

ଆମେ ଏକାଠି ଲଢ଼ିବୁ! – ଅମିତ ଶାହ

amit_shah_1707552890

ଓଡ଼ିଶାରେ ବିଜେଡି ଓ ବିଜେପି ଏକାକୀ ନିର୍ବାଚନ ଲଢ଼ିବେ କି ମେଣ୍ଟ ହେବ, ସେ ନେଇ ଗତ ୨ ମାସ ହେବ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିବା ବେଳେ, ଆଜି ବିଜେପିର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହ ମେଣ୍ଟ ଗଠନ ହେବା ନେଇ ବଡ ବୟାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହ କହିଛନ୍ତି ଯେ ମେଣ୍ଟକୁ ନେଇ କିଛି ବି ହୋଇପାରେ।

ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି, କିଛି ବି ହୋଇପାରେ। ମେଣ୍ଟ ହେବ କି ନ ହେବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶ୍ରୀ ଶାହ କହିଛନ୍ତି। ସେ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ହାସଲ କରିବ।

ମେଣ୍ଟ ବିଷୟରେ ଶ୍ରୀ ଶାହ କହିଛନ୍ତି ଯେ କିଛି ବି ହୋଇପାରେ, ଆମେ ଏକାଠି ଲଢ଼ିବୁ କି ଏକାକୀ ସେ ବିଷୟରେ ନିଷ୍ପତ୍ତି ହେବ। ତେବେ ଏକାଠି ଲଢ଼ିବା ପାଇଁ ଯଦି ନିଷ୍ପତ୍ତି ହେବ, ତେବେ ନବୀନ ବାବୁଙ୍କ ସାଥି ହୋଇ ଲଢ଼ିବେ ବୋଲି ସେମାନେ କହିଛନ୍ତି।

Exit mobile version