ରାଜଧାନୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ହୋଇଥିଲା। ଯାହାଫଳରେ କିଛି ସ୍ଥାନରେ ପାଣି ଜମିବାର ଦେଖିବାକୁ ମିଳିଥିଲା। ଏଥିସହିତ ନୂଆ ସଂସଦ ଭବନର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଜମା ହୋଇଥିଲା ବର୍ଷା ପାଣି। କେବଳ ସେତିକି ନୁହେଁ ସଂସଦ ଭବନର ଛାତରୁ ମଧ୍ୟ ପାଣି ଗଳୁଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହଉଛି।
ନୂତନ ସଂସଦ ଭବନ ଅପେକ୍ଷା ପୁରୁଣା ସଂସଦ ଭବନ ଭଲ ଥିଲା। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ x ଏକ ଭିଡିଓ ସେୟାର କରି ଲେଖିଛନ୍ତି,ଯେଉଁଠାରେ ପୁରୁଣା ସାଂସଦମାନେ ମଧ୍ୟ ଆସି ସାକ୍ଷାତ କରିପାରୁଥିଲେ। ପୁଣି ଥରେ ପୁରୁଣା ସଂସଦକୁ ଫେରିଯିବା। ଅନ୍ତତ ପକ୍ଷେ କୋଟି କୋଟି ଟଙ୍କାରେ ନିର୍ମିତ ସଂସଦ ଭବନରୁ ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ପର୍ଯ୍ୟନ୍ତ ପୁରୁଣା ସଂସଦକୁ ପୁନର୍ବାର କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ। ବିଜେପି ସରକାରଙ୍କ ଅଧିନରେ ନିର୍ମିିତ ଏହି ନୂତନ ସଂସଦ ଭବନର ଛାତରୁ ପାଣି ଗଳିବା ନେଇ ଜନସାଧାରଣଙ୍କୁ ପ୍ରଶ୍ନ କରୁଛନ୍ତି ବୋଲି ଅଖିଳେଶ x ପୋଷ୍ଟ କରି ଲେଖିଛନ୍ତି। ଯାହା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ , ୯୭୧କୋଟି ଟଙ୍କା ବ୍ୟୟରେ ୨୦୨୨ ମସିହା ଅଗଷ୍ଟ ୨୨ରେ ନୂଆ ସଂସଦ ଭବନ କାମ ଶେଷ ହୋଇଥିଲା। ଏହାପରେ ପୁରା ପ୍ରୋଜେକ୍ଟ କାମ ୨୦୨୩ ମେ ୨୦ରେ ଶେଷ ହେବା ପରେ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ। ନୂଆ ସରକାର ଗଠନ ହେବା ପରେ ସେଠାରେ ହିଁ ବଜେଟ ଅଧିବେଶନ ଜାରି ରହିଛି ।