
ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରାଣ୍ଟ ଶାସନରେ ଥିବାବେଳେ ବିରୋଧୀ ଦଳରେ ଜୋରାମ ପିପୁଲସ ମୁଭମେଣ୍ଟ ବା ଜେଡପିଏମ ରହିଛି।
ତେଣୁ ଉଭୟ ଶାସକ ଓ ବିରୋଧୀ ଦଳକୁ ଭୋଟ ନ ଦେବାକୁ ନିବେଦନ କରିଛନ୍ତି ସୋନିଆ ଗାନ୍ଧୀ। ଉଭୟଙ୍କ ମଧ୍ୟରୁ ଯାହାକୁ ବି ଭୋଟ ଦେଲେ ଏହା ବିଜେପିକୁ ରାଜ୍ୟ ମଧ୍ୟରେ ପ୍ରବେଶ କରାଇବା ଭଳି ହେବ ବୋଲି ସେ କହିଛନ୍ତି।ମିଜୋରାମ ଭୋଟରଙ୍କ ଉଦେଶ୍ୟରେ ଜାରି କରାଯାଇଥିବା ଏକ ଭିଡିଓରେ ଏହି ନିବେଦନ କରାଯାଇଛି। ବିଜେପି କିଭଳି ମଣିପୁରରେ ବିଭେଦ ସୃଷ୍ଟି କରୁଛି ବୋଲି ସୋନିଆ କହିବା ସହ ଏହି ବିଜେପି ଶାସିତ ରାଜ୍ୟ କିଭଳି ଦୀର୍ଘ ମାସ ଧରି ହିଂସାରେ ଜର୍ଜରିତ ହେଉଛି ସେ କଥା କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଏହି ହିଂସା ପ୍ରଭାବିତ ରାଜ୍ୟକୁ ଗସ୍ତ ନ କରିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୋନିଆ। ଏମଏନଏଫ ଓ ଜେଡପିଏମ ନିଜକୁ ସ୍ୱାଧୀନ ବୋଲି କହୁଛନ୍ତି କିନ୍ତୁ ଏହା କଣ ସତ କି ବୋଲି ସୋନିଆ ଗାନ୍ଧୀ ପ୍ରଶ୍ନ କରିଛନ୍ତି।