Site icon UTKAL PRATIDIN

ଆଜିଠୁ ଶେଷ ହେଲା ଭିସ୍ତାରାର ଯାତ୍ରା

vistara

ଆଜି ଠାରୁ ଶେଷ ହେବେ ଭିସ୍ତାରା ଏୟାରଲାଇନର ଇଣ୍ଡିଆ ଗ୍ରୁପ ସହିତ ମିଶ୍ରଣ ପ୍ରକ୍ରିୟା। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ନାମରେ ଉଡାଣ ଭରିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ।ଭିସ୍ତାର ବିମାନ ଆଉ ଆକାଶରେ ଉଡ଼ିବ ନାହିଁ ।

ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଭାଗିଦାରୀ ରହିବ। ସେହିପରି ବିସ୍ତାରାରେ ମିଳୁଥିବା ଅନୁଭୁତି ପରିବର୍ତ୍ତନ ହେବ ନାହିଁ ବୋଲି ଗ୍ରୁପ ପକ୍ଷରୁ ନିଶ୍ଚିତ କରାଯାଇଛି।

Exit mobile version