UTKAL PRATIDIN

ଫୁଣିଥରେ ପିତାମାତା ହେବାକୁ ଯାଉଛନ୍ତି କି ବିରୁଷ୍କା?

ମୁମ୍ବାଇ : ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଖୁବ୍ ଶୀଘ୍ର ଏହି ଦମ୍ପତିଙ୍କ ଘରକୁ ଫୁଣି ଗୋଟେ ନୂଆ ଅତିଥି ଆସିବାକୁ ଯାଉଛି । ବିରାଟ କୋହଲି ଏବଂ ଅନୁଷ୍କା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଏହି ଦମ୍ପତି ଖୁବ୍ ଶୀଘ୍ର ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ସେ ଏହି ଜିନିଷକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁନାହାଁନ୍ତି।

ସୂଚନାନୁସାରେ, କିଛି ଦିନ ପୂର୍ବେ ଅନୁଷ୍କା ଏବଂ ବିରାଟଙ୍କୁ ମାତୃତ୍ୱ ଚିକିତ୍ସାଳୟ ବାହାରେ ପାପାରାଜିମାନେ ଦେଖିଥିଲେ, କିନ୍ତୁ ଉଭୟେ ଫଟୋ ଲିକ୍ ନକରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି। ଏହି କାରଣରୁ ଅନୁଷ୍କା ଦୀର୍ଘ ଦିନ ଧରି ସର୍ବସାଧାରଣରେ ଉପସ୍ଥିତ ନଥିଲେ। ଏହି ଦମ୍ପତି ଅମ୍ବାନୀଙ୍କ ଗଣେଶ ଚତୁର୍ଥୀ ପାର୍ଟିକୁ ଆସିନଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଆପଣଙ୍କୁ କହିରଖୁଛୁ ଯେ ବିରାଟ ଏବଂ ଅନୁଷ୍କା ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି l ଅନେକ ଥର ଅଭିନେତ୍ରୀ ନିଜ ଝିଅ ଭମିକାର ଫୋଟୋ କ୍ଲିକ୍ କରୁଥିବାରୁ ପାପାରାଜିଙ୍କୁ ଗାଳି ଦେଇଛନ୍ତି l ଉଭୟଙ୍କର 2 ବର୍ଷର ଝିଅ ଅଛି, ଯାହାର ନାମ ଭାମିକା l ଏହି ଦମ୍ପତି ଏପର୍ଯ୍ୟନ୍ତ ନିଜ ଝିଅର ଚେହେରା ଦେଖାଇ ନାହାଁନ୍ତି। ଏକ ସାକ୍ଷାତକାରରେ ବିରାଟ କହିଥିଲେ ଯେ ସେ ଏବଂ ଅନୁଷ୍କା ନିଷ୍ପତ୍ତି ନେଇଛନ୍ତି ଯେ ସେ ନିଜେ ଯେପର୍ଯନ୍ତ ବଡ ହୋଇନାହିଁ ସେ ଯାଏଁ ସେମାନେ ନିଜ ଝିଅର ଚେହେରା ଦେଖାଇବେ ନାହିଁ। ଅନୁଷ୍କାଙ୍କ କାର୍ଯ୍ୟ ସାମ୍ମୁଖ୍ୟ ବିଷୟରେ କହିବାକୁ ଗଲେ ତାଙ୍କୁ ଖୁବ୍ ଶୀଘ୍ର ‘ଚକଦା ଏକ୍ସପ୍ରେସ’ରେ ଦେଖିବାକୁ ମିଳିବ l

Exit mobile version