ଭାଇରାଲ ହେଲା ଭିଡିଓ l କିଙ୍ଗ କୋହଲିଙ୍କୁ ଗତକାଲି ନେପାଳୀ ଗୀତରେ ମସଗୁଲ ହୋଇ ଝୁମୁଥିବାର ଦେଖିବାକୁ ମିଳିଥିଲା । ପଡିଆ ମଝିରେ ବିରାଟ ନେପାଳୀ ଗୀତରେ ମନ ଖୋଲି ନାଚୁଥିବାର ନଜର ଆସିଥିଲେ l ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାରେ ବିରାଟ କେବେ ବି ପଛାନ୍ତି ନାହିଁ । ମ୍ୟାଚ୍ ମଝିରେ କୋହଲି ନାଚୁଥିବାର ଅନେକ ଭିଡିଓ ପୂର୍ବରୁ ମଧ୍ୟ ଭାଇରାଲ ହୋଇଛି ।
ଗତକାଲି ଭାରତ-ନେପାଳ ମ୍ୟାଚ୍ରେ କୋହଲି ନେପାଳୀ ଗୀତରେ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କେବଳ ଗତକାଲିର ମ୍ୟାଚ୍ କାହିଁକି ବରଂ ଏହାପୂର୍ବରୁ ୱେଷ୍ଟଇଣ୍ତିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ମଧ୍ୟ ବିରାଟ ଫିଲ୍ଡ ଉପରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଅନ୍ଫିଲ୍ଡ ବିରାଟ୍ ଯେତେ ମଜା ମସ୍ତି କରନ୍ତି, ସେତିକି ଆଗ୍ରେସନ୍ ମଧ୍ୟ ଦେଖାନ୍ତି । କୋହଲିଙ୍କ ଉଭୟ ଅନ୍ଦାଜକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଥାନ୍ତି । କାରଣ ତାଙ୍କ ମଜାମସ୍ତି ତାଙ୍କର ଖେଳ ଉପରେ କୌଣସି ପ୍ରଭାବ ପକାଏ ନାହିଁ l ବ୍ୟାଟ ଧରି ଠାରେ ପଡିଆକୁ ବାହାରିଗଲେ ସେ ନିଜ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିଣି ନିଅନ୍ତି l
ଗତକାଲି ଭାରତ-ନେପାଳ ମ୍ୟାଚ୍ରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ବେଶ୍ ରୋମାଞ୍ଚକ ଅନ୍ଦାଜରେ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ତିଆ । ଭାରତ କୌଣସି ୱିକେଟ୍ ନ ହରାଇ ମ୍ୟାଚ୍କୁ ହାତେଇ ନେଇଥିଲା । ପ୍ରଥମଥର ପାଇଁ ଏସିଆ କପ୍ରେ ଭାଗ ନେଇଥିବା ନେପାଳ ଦଳ ଫିଲ୍ଡରେ ଜିତିବା ପାଇଁ ଜୋର୍ ଲଗାଇଥିଲା । ନେପାଳ ଟିମ୍ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା । ବିରାଟଙ୍କୁ ଦେଖି ଫ୍ୟାନ୍ସ ମଧ୍ୟ ଉତ୍ସାହିତ ହୋଇ ଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।