ପୁଣି ଭିଜିଲାନ୍ସ ଜଳରେ ଛନ୍ଦିହେଲେ ଗୋଲାମୁଣ୍ଡା ବିଡ଼ିଓ ।ଭବାନୀପାଟଣାରୁ ମିଟିଂ ସାରି ଫେରିବା ସମୟରେ ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଲା ଭିଜିଲାନ୍ସ। ଭବାନୀପାଟଣାରୁ ଏକ ବୈଠକ ସାରି ଫେରୁଥିବା ବେଳେ ଜାରିଙ୍ଗ ଛକ ନିକଟରେ ବିଡିଓଙ୍କୁ ଅଟକାଇଥିଲା ଭିଜିଲାନ୍ସ। ତାଙ୍କ ସରକାରୀ କାରରୁ ନଗଦ ୪ ଲକ୍ଷ ୯୨ ଟଙ୍କା ଟଙ୍କା ଜବତ ହୋଇଛି।ତେବେ ଟଙ୍କା ନେଉଥିବା ଖବର ପୂର୍ବରୁ ପାଇଥିଲା ଭିଜିଲାନ୍ସ ଏବଂ ପଚରା ଉଚରା କରିବା ପରେ ବିଡ଼ିଓ ଉତ୍ତର ଦେଇପାରିନଥିଲେ ।
ଯାହାକୁ ନେଇ ଭିଜିଲାନ୍ସ ବିଭାଗର ସନ୍ଦେହ ବଢିଥିଲା ।ଭିଜିନାସ ବିଭାଗ ବିଡିଓଙ୍କୁ ଗିରଫ କରିଥିଲେ ।ଅକ୍ଷମିତା କାର୍ତ୍ତିକଙ୍କ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇ ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।