Site icon UTKAL PRATIDIN

ଘିବଲି ଜାଲରେ ଫସୁଛନ୍ତି ଯୁବପୀଢି, ହୋଇପାରେ ଆପଣଙ୍କ ଡାଟା ଚୋରୀ

kseX7rX9WwF0Cm6RCh0N

ନୂଆଦିଲ୍ଲୀ: ଯୁବପିଢିଙ୍କୁ ବାୟା କରୁଛି ଘିବଲି ଷ୍ଟାଇଲ। ଏହି ଟ୍ରେଣ୍ଡକୁ ଫଲୋ କରି ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ଆନିମେସନ ଫଟୋ ତିଆରି କରି ଖୁସି ହେଉଛନ୍ତି। ଆପଣଙ୍କର ଯେକୌଣସି ଫଟୋ ଉଠାନ୍ତୁ, ଏହାକୁ ଯେକୌଣସି AI Ghibli Style କ୍ରିଏଟର୍ ଟୁଲ୍‌ରେ ରଖନ୍ତୁ। ବାସ୍ କିଛି ସେକେଣ୍ଡରେ ଆପଣଙ୍କର ସୁପର୍ କ୍ୟୁଟ୍ ଫଟୋ ପ୍ରସ୍ତୁତ।

ଏହି ଧାରା ଆଉ କେବଳ ଆନିମେସନ୍ ପ୍ରେମୀଙ୍କ ମଧ୍ୟରେ ସୀମିତ ହୋଇରହିନାହିଁ। ଏବେ ସୋସିଆଲ ମିଡିଆ ଇନଫ୍ଲୁଏନସର, ଜନସାଧାରଣ ଏବଂ ପିଲାମାନେ ମଧ୍ୟ ଏହି ଅବତାରଗୁଡ଼ିକ ପଛରେ ବାୟା ହେଉଛନ୍ତି। ତେବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ୟୁଏଇ ସରକାର।

ୟୁଏଇର ସାଇବର ସୁରକ୍ଷା ବିଶେଷଜ୍ଞମାନେ ଘିବଲିକୁ ନେଇ ସତର୍କ କରାଇଛନ୍ତି। ହେଲ୍ପ ଏଜି ସିଟିଓ ନିକୋଲାଇ ସୋଲିଙ୍ଗ କହିଛନ୍ତି ଯେ ଏହି AI ପ୍ଲାଟଫର୍ମଗୁଡ଼ିକରେ ମୁହଁର ଫଟୋ ଅପଲୋଡ୍ କରିବାର ଅର୍ଥ ହେଉଛି ଆପଣ ସାର୍ବଜନୀନ ଭାବରେ ବାୟୋମେଟ୍ରିକ୍ ପରିଚୟ ସେୟାର କରୁଛନ୍ତି। ଯାହା ଚୋରି ହେବା ପରେ ପୁନଃ ଫେରିପାଇବେ ନାହିଁ। ଫଳରେ ଡାଟା ଚୋରୀ ସହ ବ୍ୟକ୍ତିଗତ ତଥ୍ୟ ମଧ୍ଯ ଚୋରୀ ହେବାର ସମ୍ଭାବନା ରହିଛି। ଏହାଠାରୁ ଦୂରେଇ ରହିବାକୁ ସରକାର ସତର୍କ କରାଇଛନ୍ତି।

ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଫଟୋ ସେୟାର କରି ChatGPT ଏବଂ Grok ଭଳି ପ୍ଲାଟଫର୍ମ ଦ୍ୱାରା ନିଜର କ୍ୟୁଟ ଆନିମେଟେଡ ଫଟୋ ପାଇ ଖୁସି ହେଉଛନ୍ତି। କିନ୍ତୁ ଏବେ ଏହାକୁ ନେଇ ଚିନ୍ତା ବଢ଼ିବା ଆରମ୍ଭ ହୋଇଛି। କାରଣ ଆପଣ ଏହି AI ଟୁଲ୍ସ ସହିତ ଯେଉଁ ବ୍ୟକ୍ତିଗତ ଫଟୋଗୁଡ଼ିକ ସେୟାର କରୁଛନ୍ତି ତାହା କେବଳ ଏହି ପ୍ଲାଟଫର୍ମଗୁଡ଼ିକ ଦ୍ୱାରା ସେଭ୍ କରାଯାଉଛି ତା ନୁହେଁ।ଏହାକୁ ସେମାନଙ୍କ ଟ୍ରେନିଂ ପାଇଁ ମଧ୍ୟ ବ୍ୟବହୃତ କରାଯାଇପାରେ।

ଯଦି ଆପଣ ଭୁଲବଶତଃ ନକଲି ୱେବସାଇଟରେ ଯାଇ ଘିବଲି ତିଆରି କରିବା ପ୍ରକ୍ରିୟାରେ ଫସୁଛନ୍ତି। ଏବଂ ଯଦି ସାଇବର ଠକ ହାତରେ ଆପଣଙ୍କ ମୁହଁର ବିବରଣୀ ଲାଗିଯାଏ, ତେବେ ସେ ଫେସ୍ ରିକୋଗ୍ନିଜେସନ୍ ଡାଟା ଚୋରି କରି ଏହା ସାହାଯ୍ୟରେ ଆପଣଙ୍କ ଫୋନ୍ ମଧ୍ଯ ଅନଲକ୍ କରିପାରିବ। ଠକମାନେ ସୋସିଆଲ ମିଡିଆରେ ଫଟୋ ଟ୍ୟାଗ୍ କରିପାରିବେ କିମ୍ବା ବିଭିନ୍ନ ଡିଜିଟାଲ୍ ସେବା ଆକ୍ସେସ୍ ମଧ୍ଯ କରିପାରିବେ। କହିବାକୁ ଗଲେ ଏଭଳି ଭାବେ ସାଇବର ଠକ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ।

ଫେସ୍ ରିକୋଗ୍ନିଜେସନ୍ ସାହାଯ୍ୟରେ ଅନେକ ଆପ୍ ଅନଲକ୍ କରାଯାଇପାରିବ। ଏପରି ପରିସ୍ଥିତିରେ, ସାଇବର ଅପରାଧୀମାନେ ଏହି ବିବରଣୀ ଚୋରି କରିପାରିବେ ଏବଂ UPI ପିନ୍ ବ୍ୟବହାର କରି ଆପଣଙ୍କ ଆପ୍ସକୁ ଅନଲକ୍ କରିପାରିବା ସହ ଟଙ୍କା ମଧ୍ଯ ଟ୍ରାନ୍ସଫର କରିପାରିବେ।

ଜେନେରାଲ୍ ଡାଟା ପ୍ରୋଟେକ୍ସନ୍ ରେଗୁଲେସନ୍ (GDPR) ଅନୁଯାୟୀ, OpenAI କେବଳ ‘ବୈଧ ସ୍ୱାର୍ଥ’ ଆଧାରରେ ବ୍ୟବହାରକାରୀଙ୍କ ଫଟୋ ବ୍ୟବହାର କରିବାକୁ ଅନୁମତି ପାଇଛି। କିନ୍ତୁ ଯେତେବେଳେ ଆପଣ ଆପଣଙ୍କର ଫଟୋ ଅପଲୋଡ୍ କରନ୍ତି, ଆପଣ ପରୋକ୍ଷ ଭାବରେ ଟର୍ମ ଆଣ୍ଡ କଣ୍ଡିସନକୁ ଗ୍ରହଣ କରିନିଅନ୍ତି, ଯାହାଫଳରେ AI କମ୍ପାନୀଗୁଡ଼ିକୁ ଆପଣଙ୍କ ତଥ୍ୟ ବ୍ୟବହାର କରିବାର ସ୍ୱାଧୀନତା ମିଳିଯାଏ।

Exit mobile version