ହରିୟାଣା ଓ ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ ସାରାଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ଥିଲା ।ହରିୟାଣା ପ୍ରଥମରୁ କଂଗ୍ରେସ ଆଗରେ ରହିଥିବାବେଳେ ବର୍ତ୍ତମାନ ବିଜେପି ଆଗରେ ରହିଛି। ତେବେ ହରିୟାଣାର ଚର୍ଚ୍ଚିତ ଆସନ ଜୁଲାନାର ଫଳାଫଳକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଭିନେଶ ଫୋଗାଟ୍ ବାଜି ମାରିଛନ୍ତି।
କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟ ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ୬୦୧୫ ଭୋଟରେ ହରାଇ ବାଜି ମାରିଛନ୍ତି। ଅଲିମ୍ପିକ୍ସରୁ ବିଦା ହୋଇଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ବିଜୟ ବିଜେପିକୁ ଏକ ପ୍ରକାର ଝଟକା ଦେଇଛି।ଚଳିତବର୍ଷ ପ୍ୟାରିସ ଅଲମ୍ପିକ୍ସରେ ଭିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାପରେ ପରେ ସେ ଏକରକମ ଭାଙ୍ଗିପଡିଥିଲେ ।
ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କଲେ । କିନ୍ତୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ତାଙ୍କୁ ସାହାସ ଯୋଗାଇଥିଲା କଂଗ୍ରେସ । ଦଳକୁ ପାଛୋଟି ନେବା ସହ ନିର୍ବାଚନ ଲଢିବାକୁ ଦେଇଥିଲା ଟିକେଟ୍ ।ଆଉ ଆଜି ଭିନେଶ ବିଜେପି ପାର୍ଥୀଙ୍କୁ ପଛରେ ପକାଇ ବିଜୟର ମୁକୁତା ପିନ୍ଧିଛନ୍ତି ।ରାଜନୀତିର ପଶାପାଲିକୁ ଓଲଟେଇଦେଇ ଆଜି ସେ ରାଜନୀତି ରିଙ୍ଗରେ ବାଜି ମାରିଛନ୍ତି ।
ଭିନେଶ ଫୋଗଟଙ୍କ ବିଜୟରେ କେସିଆରଗଞ୍ଜର ପୂର୍ବ ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । WFI ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ କହିଛନ୍ତି ଯେ ଭିନେଶ ଫୋଗଟଙ୍କ ବିଜୟ ହୋଇଛି କିନ୍ତୁ ସେ ଯେଉଁଠି ବି ପାଦ ରଖନ୍ତି, ତାହା ନଷ୍ଟ ହୋଇଯାଏ।କଂଗ୍ରେସ ମଧ୍ୟ ସମ୍ପୂର୍ଣ ନଷ୍ଟ ହୋଇଯିବ ବୋଲି ବ୍ରିଜଭୂଷଣ ଶରଣ ସିଂ ଖୋଲାଖୋଲି କହିଛନ୍ତି ।