
ପ୍ୟାରିସ:ପ୍ୟାରିସ ଅଲମ୍ପିକ ୨୦୨୪ ର କୁସ୍ତି ପ୍ରତିଯୋଗିତା ଫାଇନାଲ ମ୍ୟାଚ ପାଇଁ ଅଯୋଗ୍ୟ ଘୋଷିତ ହେବା ପରେ ଆଥଲେଟ ଭିନେଶ ଫୋଗାଟ୍ ଅସୁସ୍ଥ ହୋଇ ପଡ଼ି଼ଚ୍ଛନ୍ତି | ଏହି ଖବର ଜାଣିବା ପରେ ଚେତାଶୂନ୍ୟ ହୋଇ ପଡିଥଲେ ଭିନେଶ | ତାଙ୍କୁ ପ୍ୟାରିସର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଓଜନ ହ୍ରାସ ପାଇଁ ଭିନେଶ ରାତିସାରା ବ୍ୟାୟାମ କରିଥିଲେ | ତେବେ ଅଯୋଗ୍ୟ ଘୋଷିତ ହେବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ | ଫଳରେ ଡିହାଇଡ୍ରେସନ୍ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ସୂତ୍ରରୁ ସୂଚନା ମିଳିଛି।
ଷ୍ଟାର ପହିଲମାନ ଭିନେଶ ଫୋଗାଟ ଫାଇନାଲ୍ରେ ପହଂଚି ଯାଇଥିଲେ | ହେଲେ ଆଜି ଫାଇନାଲ ଖେଳିବାରୁ ବଂଚିତ ହୋଇଛନ୍ତି | ଧାର୍ଯ୍ୟ ଓଜନଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଛି | ୫୦ କେଜିଠାରୁ ଭିନେଶ ମାତ୍ର ୧୦୦ ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି | ଏହି କାରଣ ପାଇଁ ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ | ଏନେଇ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସୂଚନା ଦେଇଛନ୍ତି |