ପ୍ୟାରିସ:ଭାରତୀୟ ଖେଳପ୍ରେମୀଙ୍କୁ ବଡ ଝଟକା | ମଉଳିଲା ସ୍ଵର୍ଣ ଆଶା | ପ୍ୟାରିସ ଅଲମ୍ପିକରୁ ଡିସକ୍ୱାଲିଫାଏଡ଼ ହେଲେ ଭିନେଶ ଫୋଗାଟ | ଷ୍ଟାର ପହିଲମାନ ଭିନେଶ ଫୋଗାଟ ଫାଇନାଲ୍ରେ ପହଂଚି ଯାଇଥିଲେ | ହେଲେ ଆଜି ଫାଇନାଲ ଖେଳିବାରୁ ବଂଚିତ ହୋଇଛନ୍ତି ଭିନେଶ | ଅର୍ଥାତ ଭିନେଶ ଆଜି ୫୦ କିଗ୍ରା ପ୍ରତିଯୋଗିତାର ଫାଇନାଲରେ ଖେଳିବେ ନାହିଁ |
ତେବେ କାହିଁକି ଫାଇନାଲରୁ ବଂଚିତ ହେଲେ ଭିନେଶ ?
ଅଭିଯୋଗ ହୋଇଛି, ଧାର୍ଯ୍ୟ ଓଜନଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଛି | ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍ ୧୦୦ ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି | ସେତିକି ନୁହେଁ, ଏହି କାରଣ ପାଇଁ ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ | ଏନେଇ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସୂଚନା ଦେଇଛନ୍ତି |
ଭାରତୀୟ ପ୍ରତିନିଧିମଣ୍ଡଳ ଭିନେଶ ଫୋଗାଟଙ୍କ ମାନଦଣ୍ଡ ପୁରା କରିବା ପାଇଁ ସମୟ ମାଗିଥିଲେ | ହେଲେ ଅତିରିକ୍ତ ସମୟ ଦେବାପାଇଁ ଅନୁରୋଧକୁ ଅସ୍ବୀକାର କରାଯାଇଥିଲା | ଏଠି କହିରଖିବୁ, ବୁଧବାର ସକାଳେ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଗଲା | କାରଣ, ଫାଇନାଲ ପୂର୍ବରୁ ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ହୋଇଯାଇଥିଲା | ଏହି ପ୍ରତିଯୋଗିତାରେ ଫାଇନାଲରେ ପହଂଚିବାରେ ସେ ଥିଲେ ପ୍ରଥମ ଭାରତୀୟ ମହିଳା |