Site icon UTKAL PRATIDIN

ଭିନେଶଙ୍କୁ ମିଳିଲା ବଲିଉଡ଼ ତାରକାଙ୍କ ସପୋର୍ଟ

112345114


ଅଲିମ୍ପିକ୍ ଗେମ୍ସର ଫାଇନାଲରେ ପହଞ୍ଚିଥିଲେ ଭିନେଶ ଫୋଗଟ୍ ।ରେସଲର ଭିନେଶ ଫୋଗଟଙ୍କ ଓଜନ ଆବଶ୍ୟକ ଠାରୁ ଅଧିକ ଥିବାରୁ ତାଙ୍କୁ ରାଉଣ୍ଡରୁ ବାହାର କରାଯାଇଥିଲା । କିଛି ମୁହୁର୍ତରେ ତାଙ୍କ ଆଶା ମଉଳି ଯାଇଥିଲା ଏବଂ ଅଲିମ୍ପିକ୍ ଜିତିବାର ସ୍ବପ୍ନ ସ୍ୱପ୍ନରେ ରହିଯାଇଥିଲା ।ଏହି ଖବର ଭାରତୀୟ ମାନଙ୍କୁ କଷ୍ଟ ଦେଇଛି ।

ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ଼ର ତାରକା ଟ୍ୱିଟ କରି ସାନ୍ତ୍ୱନା ଦେବା ସହ କହିଛନ୍ତି ଏହା ଷଡଯନ୍ତ୍ର ତୁମେ ଚାମ୍ପିଆନ।ସୋନାକ୍ଷୀ ଚାମ୍ପିଅନ୍ ବୋଲି କହିଥିଲେଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ସୋନାକ୍ଷୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଲେଖିଛନ୍ତି ଏହାକୁ ବିଶ୍ୱାସ କରିପାରୁ ନାହିଁ। ମୁଁ କଳ୍ପନା ମଧ୍ୟ କରିପାରୁ ନାହିଁ। ତୁମେ ବର୍ତ୍ତମାନ କିପରି ଅନୁଭବ କରୁଛ ମୁଁ କହି ପାରିବି ନାହିଁ । କିନ୍ତୁ ତୁମେ ଥିଲ, ରହିଛ ଏବଂ ସର୍ବଦା ଚାମ୍ପିଅନ୍ ହିଁ ରହିବ ।ତାପସୀ ପନ୍ନୁ ମଧ୍ୟ ଏହି ବିଷୟରେ କହିଛନ୍ତି, ଏହା ପ୍ରକୃତରେ ଭୁଲ ଅଟେ। ଆମ ହୃଦୟ ଭାଙ୍ଗି ଯାଇଛି, କିନ୍ତୁ ଭିନେଶ ଫୋଗେଟ୍ ସୁନା ଠାରୁ ଅଧିକ ସ୍ଥାନରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

Exit mobile version