ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦାରେ ଘଟିଛି ଏକ ଅଭାବନୀୟ ଘଟଣା ।ଛୁଆଙ୍କୁ ନିଅମିତା ଅଣ୍ଡା ମିଳୁନଥିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ ସ୍ଥାନୀୟ ଲୋକେ ।ଗୁରୁତର ଅବସ୍ଥାରେ ଅଙ୍ଗନୱାଡି କର୍ମୀଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଉତ୍ତମ ଚିକିର୍ଟ୍ସ ଯୋଗାଇ ଦେବା ପାଇଁ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଅଭିଯୁକ୍ତକୁ ତୁରନ୍ତ ଧରିବା ସହ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଲେଶ୍ୱର ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।