Site icon UTKAL PRATIDIN

 କଙ୍ଗନା ରଣାଓ୍ୱତଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂହ

vikramaditya-singh-likely-to-run-against-kangana-ranaut-1

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରୁଛି ବିଜେପି । ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ  ଟିକେଟ୍‌ ଦେଇଛି ବିଜେପି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ।

ମଣ୍ଡି ଲୋକସଭା ଆସନରୁ ବିକ୍ରମାଦିତ୍ୟ ନିର୍ବାଚନ ଲଢ଼ିବା ନେଇ ତାଙ୍କ ମା’ ତଥା ହିମାଚଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପ୍ରତିଭା ସିଂହ ଘୋଷଣା କରିଛନ୍ତି। ବର୍ତ୍ତମାନ ମଣ୍ଡିର ଏମପି ଅଛନ୍ତି ପ୍ରତିଭା ସିଂହ।ପ୍ରତିଭା କହିଛନ୍ତି, ପୁଅ ଲଢିବା ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଛି। କିନ୍ତୁ ଏନେଇ କଂଗ୍ରେସ ତରଫରୁ କୌଣସି ସରକାରୀ ସ୍ତରରେ ଘୋଷଣା କରାଯାଇ ନାହିଁ।

ସେପଟେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଏନେଇ ସଂକେତ ଦେଇ  କହିଛନ୍ତି, ‘ଏହା ନିଶ୍ଚିତ ଯେ, ମଣ୍ଡି ଆସନରୁ ଆମକୁ ଜଣେ ଯୁବ ନେତା ମିଳିବ।’  କଙ୍ଗନା କ’ଣ କହୁଛନ୍ତି, କିମ୍ବା କ’ଣ କରୁଛନ୍ତି ସେଥିପ୍ରତି ଆମେ ଗୁରୁତ୍ୱ ଦେଉନାହୁଁ। ମଣ୍ଡିର ଜନସାଧାରଣ  ସର୍ବଦା ଆମ ସହିତ ଅଛନ୍ତି। ସେପଟେ ପ୍ରଥମ ଥର ପାଇଁ ଅଭିନୟରୁ ରାଜନୀତିକୁ ଏଣ୍ଟ୍ରି କରିଥିବା କଙ୍ଗନା ନିର୍ବାଚନ ପାଇଁ  ଜୋରସୋର୍‌ରେ ପ୍ରଚାର ପ୍ରସାରରେ ବ୍ୟସ୍ତ ଅଛନ୍ତି। ତେବେ ଯଦି ମଣ୍ଡିରୁ ବିକ୍ରମାଦିତ୍ୟ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ବାଚନୀ ମୈଇଦାନରେ ଉଭୟଙ୍କ ଲଢ଼େଇ ଦେଖିବାକୁ ମିଳିବ।

Exit mobile version