
ବାଙ୍ଗାଲୋର:ଚନ୍ଦ୍ରଯାନ-୩ ତାର ଟାର୍ଗେଟଠାରୁ ଅଧି କାମ କରୁଛି । ଗୋଟିଏ ପଟେ ପ୍ରଜ୍ଞାନ ରୋବର ଶୋଇ ପଡିଥିବାବେଳେ ଚନ୍ଦ୍ରରେ କମାଲ ଦେଖାଉଛି ବିକ୍ରମ ଲାଣ୍ଡର । ଏହାକୁ ନେଇ ଯଦିଓ ଇସ୍ରୋ ବୈଜ୍ଞାନିକ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ ତେବେ ସେମାନଙ୍କର ପରୀକ୍ଷା ସଫଳ ହୋଇଛି ବୋଲି କହିଛନ୍ତି ।
ଚନ୍ଦ୍ରପୃଷ୍ଠରେ କମାଣ୍ଡ ପାଇବା ପରେ ବିକ୍ରମ ଇଞ୍ଜିନ ଅନ ହୋଇଥିଲା । ଏହା ପରେ ୪୦ ସେଣ୍ଟିମିଟର ଉପରକୁ ଉଠିଥିଲା । ପୂର୍ବ ସ୍ଥାନଠାରୁ ପ୍ରାୟ ୩୦ରୁ ୪୦ ସେଣ୍ଟିମିଟର ଦୂରରେ ଦ୍ୱିତୀୟ ଥର ପାଇଁ ସପ୍ଟ ଲାଣ୍ଡିଂ କରିଥିଲା । ଇସ୍ରୋ ପକ୍ଷରୁ ଏ ନେଇ ଏକ୍ସରେ ସୂଚନା ଦିଆଯାଇଛି ।
ଇସ୍ରୋ ପକ୍ଷରୁ କୁହାଯାଇଛି, ‘ବିକ୍ରମ ଲାଣ୍ଡର ୨ୟ ଥର ପାଇଁ ସଫ୍ଟ ଲାଣ୍ଡିଂ କରିଛି । ବିକ୍ରମ ନିଜ କାମଠାରୁ ଅଧିକ କାମ କରୁଛି । ନିଜ ଜାଗାରୁ ଡେଇଁ ଆଉଥରେ ସପ୍ଟ ଲାଣ୍ଡିଂ କରିବାର କାମ ଶେଷ କରିଛି ।’
ଏହା ଏଥିପାଇଁ ମହତ୍ୱପୂର୍ଣ୍ଣ ଯେ, ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରୁ ନମୂନା ଆଣିବା ମିଶନ ତଥା ହ୍ୟୁମାନ ମିଶନ ସଫଳ ହେବାର ସମ୍ଭାବନା ଦେଖା ଦେଇଛି । ବର୍ତ୍ତମାନ ବିକ୍ରମ ଲାଣ୍ଡରର ସବୁ ପାର୍ଟ ଠିକ ଭାବେ କାମ କରୁଛି । ଜମ୍ପିଂ ସମୟରେ ବିକ୍ରମରେ ଥିବା ରାମ୍ପ, ଚାସ୍ଟେ ଏବଂ ଇଲ୍ସା ପେଲୋଡ୍ସକୁ ବନ୍ଦ କରି ଦିଆଗଲା । ୨ୟ ଥର ସଫ୍ଟ ଲାଣ୍ଡିଂ କରିବା ପରେ ସେମାନଙ୍କୁ ଖୋଲି ଦିଆ ଯାଇଛି ।