Site icon UTKAL PRATIDIN

ବିଜୟ ମହାପାତ୍ରଙ୍କ ବଡ ବୟାନ, ଆମ୍ବ ଟାକୁଆ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି

BIJAY

କନ୍ଧମାଳ ଆମ୍ବ ଟାକୁଆ ଓ ଯାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଛି ।ଏହି ପ୍ରସଙ୍ଗକୁ ନେଇ ମଧ୍ୟ ଆରଡିସି ସ୍ତରୀୟ ତଦନ୍ତ ମଧ୍ୟ ହେଉଛି । ତେବେ ଏହି ଘଟଣାରେ ରାଜନୈତିକ ବୟାନ ବାଜି ଜାରି ରହିଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କ ପାଖରେ ଖାଦ୍ୟ ଅଭାବ ଯୋଗୁଁ ସେମାନେ ଆମ୍ବ ଟାକୁଆ ଖାଇଛନ୍ତି। ୩ ମାସ ଚାଉଳ ରାସନ ନମିଳିବାରୁ ଏଭଳି ସ୍ଥିତି ଉପୁଜିଛି।

ସୂଚନା ଅନୁସାରେ, ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Exit mobile version