
ଢେଙ୍କାନାଳ: ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ରେଡ୍ । ସରକାରୀ ବାସଭବନ ସହ ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍ । ତେବେ ରେଡ୍ ବେଳେ ଯନ୍ତ୍ରୀଙ୍କ ଘରୁ ପୁଳା, ପୁଳା ଟଙ୍କା ଓ ସୁନା ଗହଣା ଜବତ କରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଥରେ ୯ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ଅନୁଗୁଳ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ତାଙ୍କ ଡାକ୍ତର ଜ୍ବାଇଁଙ୍କ ଘରେ ବି ଚାଲିଛି ରେଡ୍ । ପ୍ରାରମ୍ଭିକ ସୂଚନା ଅନୁସାରେ, AEEଙ୍କ ଡାକ୍ତର ଜ୍ବାଇଁ ତପନ ଶତପଥୀ ଘରୁ ମିଳିଲାଣି ନଗଦ ୨୨ ଲକ୍ଷ ଟଙ୍କା । କଳାହାଣ୍ଡି ଜୁନାଗଡ଼ରେ ଥିବା ଜ୍ବାଇଁଙ୍କ ଘରେ ଜାରି ରହିଛି ଭିଜିଲାନ୍ସ ରେଡ୍ ।
ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମୋଟ ୯ଟି ଜାଗାରେ ଚାଲିଛି ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣାର ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।ଏଥିସହ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ରେଡ୍ ଚଳାଇଛି ଭିଜଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍ । ସମୁଦାୟ ୯ଟି ଟିମ ଏକା ସହିତ ଚଢ଼ାଉ କରୁଛନ୍ତି, ରାମଚନ୍ଦ୍ରଙ୍କର ପ୍ରାୟ ୧୯ରୁ ଅଧିକ ଜାଗା ଥିବାର ସୂଚନା ମିଳିଛି । ଏହାସହ ଅନ୍ୟାନ୍ୟ ସମ୍ପତ୍ତି ବାବଦରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।