ପ୍ରୋମସନ ପାଇବାର ପରଦିନ ଇଞ୍ଜିନିୟରଙ୍କୁ ଧରିଲା ଭିଜିଲାନ୍ସ ।ଆଉ ଚଢ଼ାଉର ଦିନକ ପରେ ଗିରଫ ହେଲେ ବାଲେଶ୍ୱର ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅଭିଯୋଗ କଲା ଭିଜିଲାନ୍ସ ।ଶୁକ୍ରବାର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।ଏହି ଚଢ଼ାଉ ପରେ ପ୍ରଭାସଙ୍କ ସମସ୍ତ ସମ୍ପତ୍ତି ସାମ୍ନାକୁ ଆସିଥିଲା ।
ପ୍ରଭାସ କୁମାର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ ଅଛିସେଥିରୁ ୮୦ଟି ଜଳେଶ୍ୱରରେ ରହିଥିବା ବେଳେ ୪ଟି ପୁରୀ ଜିଲ୍ଲା ଡେ଼ଲାଙ୍ଗରେ ଏବଂ ଗୋଟିଏ ପଶ୍ଚିମବଙ୍ଗରେ ରହିଛି ।ଏସବୁ ପ୍ଲଟର ମୂଲ୍ୟ ୨.୦୭ କୋଟିରୁ ଅଧିକ ଟଙ୍କାର ମୁଲ୍ୟ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।ରେଡ ସମୟରେ ନଗଦ ୧୧ଲକ୍ଷରୁ ଅଧିକ ଟଙ୍କା ଓ ୨୧୮ଗ୍ରାମରୁ ଅଧିକ ସୁନା ଜବତ ହୋଇଛି ।ଏହା ସହ ବଡ ବଜାରରେ ଥିବା କୋଠା,ଜଳେଶ୍ୱରରେ ଥିବା କୋଠା ,ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିନାନ୍ସ ବିଭାଗ । ବ୍ୟାଙ୍କ,ପୋଷ୍ଟାଲ,ଓ ବୀମା ଜମା ବାବଦକୁ ସେ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ରଖିଛନ୍ତି ।