ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି ।ଅଶ୍ଳୀଳ ଭିଡିଓ ଦେଖିବା କିମ୍ବା ଡାଉନଲୋଡ଼ କରିବା ଦଣ୍ଡନୀୟ ଅପରାଧ ବୋଲି ବୋଲି ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ୍, ଜଷ୍ଟିସ୍ ଜେ.ବି ପାରଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇନ୍ତି। ।
ଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ। କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କରିବା ଏବଂ ଦେଖିବା ପୋସ୍କୋ ଆକ୍ଟ ଅନୁଯାୟୀ ଅପରାଧ ନୁହେଁ ବୋଲି ଏଥିରେ ଦର୍ଶାଯାଇଥିଲା।ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନେକ ସଂଗଠନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ଆଜି ଏହି ମାମଲାର ଶୁଣାଣି ହୋଇଛି।ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପୋକ୍ସୋ ଆଇନରେ ପରିବର୍ତ୍ତନ ସଂସଦରେ ଅନୁମୋଦନ ନହୁଏ ସେପର୍ଯ୍ୟନ୍ତ ଏକ ନିୟମ ଆଣିବା ଉଚିତ୍। ସୁପ୍ରିମକୋର୍ଟ ମଧ୍ୟ ଦେଶର ଅଦାଲତମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ child sexually abusive and exploitative material (CSAEM) ଲେଖିବାକୁ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଏହିପରି ଅପରାଧର ବାସ୍ତବତାକୁ ଅଧିକ ସଠିକ୍ ଭାବରେ ଦର୍ଶାଯାଇପାରିବ।