
ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।ଅଭିଯୁକ୍ତ ଜଣକ ଚିପିଳିମା ଓୟୁଏଟି କଲେଜର ଦିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି ।
ପୁଲିସ ଅଭିଯୁକ୍ତାଙ୍କଠାରୁ ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛନ୍ତି । ୨୮ ତରିଖ ହୀରାକୁଦ ଭଣ୍ଡାର ଗେଟ ଖୋଲିବା ସମୟରେ ଏହି ଯୁବକ ଜଣକ ଡ୍ରୋନ୍ ଉଡାଇ ଭିଡିଓ କରି ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିଲେ ।ପୁଲିସ ପଚରାଉଚୁରା କରିବାରୁଅଭିଯୁକ୍ତ କହିଥିଲେ କି ସେ ଏହି ଭିଡ଼ିଓ କୌଣସି ମନ୍ଦ ଉଦେଶ୍ୟ ରଖି କରିନଥିଲେ ।ପରେ ପୁଲିସ ତାଙ୍କୁ ଚେତାବନୀ ଦେଇ ଛାଡିଦେଇଥିଲେ । ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।