
ଇରାନରେ ପୁଣି ଥରେ ହିଜାବ ନ ପିନ୍ଧି ଜଣେ ଝିଅକୁ ଅତି ନିର୍ମମ ଭାବରେ ମାଡ ମାରିବାରୁ ସେ ଏବେ କୋମା ରେ ଅଛନ୍ତି । ତେହେରାନ ମେଟ୍ରୋ ଷ୍ଟେସନ ନିକଟରେ ହିଜାବ ପିନ୍ଧି ନ ଥିବାରୁ ଜଣେ 16 ବର୍ଷର ବାଳିକାକୁ ନୈତିକ ପୋଲିସ ମାଡ ମାରିଥିଲା। ଏହି କାରଣରୁ ଝିଅଟି କୋମାରେ ପଳେଇଛି l
ପୀଡିତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମହିଳା ଜଣକ ହିଜାବ ପିନ୍ଧି ନ ଥିବାରୁ ତାଙ୍କୁ ଖରାପ ଭାବରେ ମାଡ ମରାଯାଇଥିଲା , ଯେଉଁଥିପାଇଁ ସେ ଆହତ ହୋଇଥିଲେ। ସେ ହସ୍ପିଟାଲରେ ପହଞ୍ଚିବା ବେଳକୁ ସେ କୋମାରେ ଚାଲିଯାଇଥିଲେ । ଏହି ଘଟଣା ପରେ ପୁଣି ଥରେ ଲୋକମାନେ ହିଜାବ ବିଷୟରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି।