Site icon UTKAL PRATIDIN

ଏହି ଫିଲ୍ମରୁ ବାହାରିଲେ ଭିକି, ତା’ପରେ କହିଲେ କିଛି ଏମିତି..

87081194

ମୁମ୍ବାଇ : ୨୨ ସେପ୍ଟେମ୍ବର ଅର୍ଥାତ ଆଜି ବଲିଉଡ ଅଭିନେତା ବିକି କୌଶଲଙ୍କ ନୂଆ ଚଳଚ୍ଚିତ୍ର ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି। ଟ୍ରେଲର ରିଲିଜ ହେବା ପରେ ଭିକି କୌଶଲଙ୍କୁ ଦେଖିବା ପାଇଁ ଦର୍ଶକ ଚାତକ ଭଳି ଅନାଇ ବସିଛନ୍ତି । ଆଦିତ୍ୟ ଚୋପ୍ରାଙ୍କ ବ୍ୟାନରରେ ନିର୍ମିତ ଫିଲ୍ମ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’ରେ ଭିକି କୌଶଲ ଭଜନ କୁମାରଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ବିକି କୌଶଲ ‘ଦି ଇମୋର୍ଟାଲ ଅଶ୍ଵଥମା’ ରୁ (The Immortal Ashwatthama) ବହିଷ୍କୃତ ହେବା ବିଷୟରେ ମୁଁହ ଖୋଲିଥିଲେ । ଆସନ୍ତୁ ଜାଣିବା ଅଭିନେତା ଏହି ବିଷୟରେ କ’ଣ କହିଛନ୍ତି?

ବଲିଉଡ ଲାଇଫ ସହ କଥାବାର୍ତ୍ତା କରୁଥିବାବେଳେ ଭିକି କୌଶଲ ଯେଉଁ ଫିଲ୍ମରେ କାଷ୍ଟ ହୋଇନଥିଲେ ସେ ବିଷୟରେ କହିଥିଲେ। ସୂତ୍ରରୁ ପ୍ରକାଶ ଯେ ନିର୍ମାତାମାନଙ୍କ ଦ୍ୱାରା ବିକି କୌଶଲଙ୍କୁ (The Immortal Ashwatthama) ଫିଲ୍ମ ରୁ ବାହାର କରି ଦିଆଯାଇଛି। ଭିକି କୌଶଲ କହିଛନ୍ତି ଯେ ମୁଁ କର୍ମରେ ବିଶ୍ୱାସ କରେ ଏବଂ ଯେତେବେଳେ ଏପରି ଘଟଣା ଘଟେ ମୁଁ ଜାଣେ କିପରି ସେମାନଙ୍କ ସହ ମୁକାବିଲା କରାଯିବ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଭିକି କୌଶଲଙ୍କ ସ୍ଥାନରେ ‘The Immortal Aswatthama’ରେ ଦେଖିବାକୁ ମିଳିବ।

ବଲିଉଡ ଲାଇଫ ସହ କଥାବାର୍ତ୍ତା ବେଳେ ଭିକି କୌଶଲ ଯେଉଁ ଫିଲ୍ମରେ ସେ କାଷ୍ଟ ହୋଇନଥିଲେ ସେ ବିଷୟରେ କହିଥିଲେ। ଭିକି କୌଶଲଙ୍କ ଫିଲ୍ମ ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’କୁ ବିଜୟ କୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମ ଥର ପାଇଁ ୨୦୧୭ ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିବା ମାନୁଶି ଚିଲର୍ଙ୍କୁ ଏହି ଚଳଚ୍ଚିତ୍ରରେ ଭିକି କୌଶଲଙ୍କ ସହ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ଫିଲ୍ମରେ ଦେଖିବାକୁ ଦର୍ଶକ ମଧ୍ୟ ଉତ୍ସାହ ର ସହ ଅନେଇ ବସିଛନ୍ତି l ଏହି ଚଳଚ୍ଚିତ୍ର ପୂର୍ବରୁ ଭିକି କୌଶଲଙ୍କୁ ‘ଜରା ହାଟକେ ଜରା ବାଚକେ’ ଫିଲ୍ମ ରେ ଦେଖିବାକୁ ମିଳିଥିଲା।

Exit mobile version