Site icon UTKAL PRATIDIN

ପରଲୋକରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

pt 1

ତୁ ମୋର ସ୍ଵପ୍ନର ସୁନେଲି ସଂନ୍ଧ୍ୟା,

ଦେଇଛି ମୁଁ ତୋର ନାଁ ରଜନୀଗନ୍ଧା……..

ଭୁବନେଶ୍ଵର: ଚିରନିଦ୍ରାରେ ରଜନୀଗନ୍ଧା ନାଁ ଦେଇଥିବା ସେହି ବର୍ଷିୟାନ ଅଭିନେତା । ୮୦/୯୦ ଦଶକର ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକରେ ମ୍ରିୟମାଣ କୋଟି କୋଟି ଓଡିଆ। କ୍ୟାମେରା ଆଗରେ ସେ ସିନା ଥିଲେ ଦଣ୍ଡା ବାଳୁଙ୍ଗା କିନ୍ତୁ କୋଟି କୋଟି ଓଡିଆଙ୍କ ପାଇଁ ସେ ସୁନାପୁଅ । ଆଜି ସେହି ସୁନା ପୁଅ ସୀତାଙ୍କୁ ଏକା କରି ଚିତାରେ ଶୋଇଛନ୍ତି । ଗତକାଲି ରାତିରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଉତ୍ତମ ମହାନ୍ତି ।

ଫେବ୍ରୁଆରି ପ୍ରଥମ ସପ୍ତାହରେ ସୁଟିଂ ସେଟରେ ଅସୁସ୍ଥ ହୋଇପଡ଼ିବାରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଫେବ୍ରୁଆରି ୮ ତାରିଖରେ ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା। କିଛି ଦିନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ପରେ ସେ ପୁଣି ଅସୁସ୍ଥ ହୋଇଯାଇଥିଲେ। ଶେଷରେ ଗତକାଲି ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI

ରୂପା ଶଗଡିରେ ସୁନା କନିଆଁଙ୍କୁ ଛାଡି ଏକାକୀ ବିଦାୟ ନେଇଛନ୍ତି ଉତ୍ତମ । ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି I ଆଉ କିଛି ସମୟ ପରେ ଭୁବନେଶ୍ବର ସ୍ଥିତ ବାସଭବନରେ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ପହଞ୍ଚିବ । ଏହା ପୂର୍ବରୁ ଦିଲ୍ଲୀରୁ ଆସି ନିଜ ବାସଭବନରେ ପହଞ୍ଚିଛନ୍ତି ଅପରାଜିତା ଓ ପରିବାର ସଦସ୍ୟ। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସତ୍ୟନଗରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । 

Exit mobile version