ଭୁବନେଶ୍ଵର: ସାବାଡ ହେବେ ଅମାନିଆ ଗାଡିଚାଳକ । ଏମାନଙ୍କୁ ଧରିବାକୁ ଟ୍ବିନ ସିଟିରେ ଆରମ୍ଭ ହୋଇଛି ଯୋରଦାର ଚେକିଂ । ସହରର ଗଳି କନ୍ଦିରେ ଚାଲିଛି ଚେକିଂ । ଜଗି ରହିଛନ୍ତି ପୋଲିସ ଅଧିକାରୀ । ବିକଟାଳ ହର୍ଣ୍ଣ ଓ କାରରୁ କଳା କାଚ ହଟାଇବା ଅଭିଯାନକୁ ଜୋରଦାର କରିଛି କମିଶନରେଟ୍ ପୋଲିସ। ଯେଉଁମାନେ ଧରାପଡ଼ୁଛନ୍ତି ଗଣୁଛନ୍ତି ମୋଟା ଅଙ୍କର ଜରିମାନା । ତେବେ ପୂର୍ବରୁ ଏମାନଙ୍କୁ ସାବଧାନ ହେବା ପାଇଁ ସତର୍କ କରିଥିଲା ବିଭାଗ । ତଥାପି ପୋଲିସର ନିର୍ଦ୍ଦେଶକୁ ବେଖାତିର କରି ଚାଲିଛନ୍ତି ଗାଡି ଚାଳକ ।
ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ଉପରେ କଡା ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ପୋଲିସ ଧରି ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିବା ସହ କିଛି କ୍ଷେତ୍ରରେ ଗାଡିକୁ ସିଜ୍ ମଧ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ୧୯ଟି ଚାରି ଚକିଆ ସିଜ୍ କରାଯିବା ସହ ୯୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି ।