
ଧାର୍ମିକ ମାସ କାର୍ତ୍ତିକରେ ପରିବା ବଜାରରେ ଲାଗିଛି ନିଆଁ ।ପ୍ରାୟ ଅଧିକାଂଶ ପରିବାରେ ତ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ବଜାରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି । ଯାହାଦ୍ୱାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ ସ୍ୱପ୍ନ ପାଲଟିଛି ।ପରିବା ଦର ବୃଦ୍ଧି ହବିଷିଆଳୀଙ୍କ ହବିଷ ଡାଲମା ଉପରେ ମାଡ ସଦୃଶ ହୋଇଛି । କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ଖାଉନଥିବାରୁ ସବୁଜ ପନି ପରିବା ଉପରେ ନିର୍ଭର କରିଥାନ୍ତି ହେଲେ ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।
ପୋଟଳ କିଲୋଗ୍ରାମ ପିଛା ୮୦ ଟଙ୍କା, କାଙ୍କଡ଼ କିଲୋଗ୍ରାମ ପିଛା ୬୦ ରୁ ୮୦ ଟଙ୍କା, ଜହ୍ନି କିଲୋଗ୍ରାମ୍ ପିଛା ୪୦ ରୁ ୬୦, ଭେଣ୍ଡି କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ବାଇଗଣ ଓ କାକୁଡ଼ି କିଲୋଗ୍ରାମ୍ ପିଛା ୬୦ ଟଙ୍କା, କଖାରୁ କିଲୋଗ୍ରାମ୍ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ।