ପଞ୍ଚୁକରେ ପରିବା ଦର ବଢ଼େଇଲାଣି ଚିନ୍ତା । ଧର୍ମର ମାସ କାର୍ତ୍ତିକରେ ଵ୍ରତାଧିକାରୀ ପାଳନ କରିଥାନ୍ତି ମହା ପଞ୍ଚୁକ ବ୍ରତ ।ଧର୍ମର ମାସ କାର୍ତିକ ହେତୁ ଅଧିକାଂଶ ଲୋକ ଆମିଷ ଛାଡି ପରିବା ଖାଇଥାନ୍ତି ।ଅନେକ ଲୋକ ହବିଷ ମଧ୍ୟ ଖାଇଥାନ୍ତି ।ପଞ୍ଚୁକ ଚାଲୁଥିବାରୁ ପରିବା ଦର ଆକାଶ ଛୁଆଁ ହୋଇଛି ।
ପଞ୍ଚୁକ ଆରମ୍ଭ ହେଉ ହେଉ ପରିବା ଦର ଏକ ନମ୍ୱର ହାଟ ଠାରୁ ଆରମ୍ଭ କରି ୪ ନମ୍ୱର, ଇନ୍ଦ୍ରଧନୁ, ସିଆରପି ସବୁଠି ଅଧିକାଂଶ ପରିବା ଦର ୮୦ ଟଙ୍କା ଉପରେ ରହିଛି। କଟକ ଛାତ୍ରାବଜ଼ାର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ପରିବା ଦର ବଢିଯାଇଛି। ପାଞ୍ଚ ଶହ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନଥିବା ଖାଉଟି କହିଛନ୍ତି। ୧ ନମ୍ବର ହାଟରେ ବାଇଗଣ କିଲୋ ୭୦ ରହିଥିବା ବେଳେ, ଟମାଟୋ ୫୫, ବିନ୍ସ ୭୦, ଭେଣ୍ଡି ୭୦, କଲରା ୮୦, ପାଳୁଅ ୬୦, ଆଳୁ ୩୫, ଫୁଲକୋବି ୪୦ , ଭଣ୍ଡା ୩୦, କଦଳୀ ଗୋଟା ୧୦, ଦେଶୀ କାଙ୍କଡ଼ ୧୫୦ ଟଙ୍କା ରହିଛି।
ଭୁବନେଶ୍ୱର ସିଆରପିରେ କଲରା ୧୦୦, ଭେଣ୍ଡି ୮୦, ପାଳୁଅ ୬୦, କଖାରୁ ୪୦, ଆଳୁ ୩୫, ଫୁଲକୋବି ୫୦, ଟମୋଟୋ ୬୦, ଝୁଡ଼ଙ୍ଗ ୮୦ ଓ ବିନ୍ସ ୧୦୦ ଟଙ୍କା ରହିଛି। କୋଚିଲେଇ ହାଟରେ ବାଇଗଣ ୮୦, ଭେଣ୍ଡି ୬୦, କଳରା ୭୦, କଦଳୀ ଗୋଟା ୧୦, ଟମାଟୋ ୮୦, ଫୁଲ କୋବି ୪୦, ଶାଗ ୩ ବିଡ଼ାକୁ ୨୫ ଟଙ୍କା ରହିଛି। ଏକ ନମ୍ୱର ମାର୍କେଟର ବ୍ୟବସାୟୀଙ୍କ କହିବା ଅନୁଯାୟୀ ଆମକୁ କିଣା ପ୍ରାୟ ୫ ଟଙ୍କା ଅଧିକ ପଡ଼ୁଛି। ଖୁଚୁରା ବ୍ୟବସାୟୀମାନେ ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି।