Site icon UTKAL PRATIDIN

ରାଜ୍ୟରେ ଭୟଭୀତ କଲାଣି ବାତ୍ୟା, ପରିବା ଦର ଆକାଶଛୁଆଁ

VEGE-750x412

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ହାଇଆଲର୍ଟ ଜାରି କରାଯାଇଛି।ବାତ୍ୟାର ଖବର ଶୁଣି ତାର ଫାଇଦା ଉଠାଉଛନ୍ତି ପରିବା ଦୋକାନୀ ତେଣୁ ବାତ୍ୟା ଖବର ଆସିବା ପରେ ବଜାରରେ ବଢିଲାଣି ଅତ୍ୟାବଶ୍ୟକ ଜିନିଷର ଦର। ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ତମାନ ବାତ୍ୟା ପାଇଁ ପରିବା ଦର ଆକାଶ ଛୁଆଁ ହୋଇଛି ।

ବାତ୍ୟା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଯେଭଳି ନ ବଢେ ସେନେଇ ସଜାଗ ଅଛନ୍ତି ସରକାର। ଷ୍ଟକ ପଏଣ୍ଟ ଗୁଡ଼ିକରେ ଯାଞ୍ଚ କରାଯିବ ଏବଂ ଯଦି କେହି କଳାବଜାରୀ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇ ଦେଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।

Exit mobile version