ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଘରର ସଠିକ୍ ଦିଗ, ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦିଆଯାଏ । ଭୁଲ୍ ଦିଗରେ ଭୁଲ୍ ଜିନିଷ ରଖିଲେ ବାସ୍ତୁ ସମସ୍ୟା ସୃଷ୍ଟି ହେବା ସହ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦିଏ । ଘରର ପ୍ରତ୍ୟେକ କୋଣ ଓ ବାସ୍ତୁ ସ୍ଥାନ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଆହୁରି ମଧ୍ୟ କେତେକ ବାସ୍ତୁ ଦୋଷ ପାଇଁ ମାଙ୍ଗଳିକ କାର୍ଯ୍ୟ ଓ ବିବାହରେ ବିଳମ୍ବ ହୋଇଥାଏ । ତେବେ ଜାଣନ୍ତୁ କେଉଁ ବାସ୍ତୁ ଦୋଷ କାରଣରୁ ବିବାହରେ ବାଧା ଉପୁଜେ..
- ଘରର ନଳରୁ ପାଣି ସବୁବେଳେ ପଡିବା ଭଲ ନୁହେଁ । ତେଣୁ ନଳ ଖରାପ ହେବା ମାତ୍ରେ ତୁରନ୍ତ ଏହାର ମରାମତି କରନ୍ତୁ ।
- ସେହିପରି ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ସର୍ବଦା ଖୋଲା ଓ ସଫା ସୁତୁରା ରଖନ୍ତୁ । ମୁଖ୍ୟଦ୍ୱାରକୁ କଦାପି ଭଗ୍ନ ଅବସ୍ଥାରେ ରଖନ୍ତୁ ନାହିଁ । ଯଦି ରଙ୍ଗ ଖରାପ ହୋଇଯାଏ ତେବେ ନୂଆ ରଙ୍ଗ କରନ୍ତୁ ।
- ଘରେ ଭୁଲ୍ ରେ ବି ଭଙ୍ଗା ଓ ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଏହା ବାସ୍ତୁଦୋଷ ସୃଷ୍ଟି କରେ । ଏହାଦ୍ୱାରା ଘରେ ସର୍ବଦା ନକରାତ୍ମକ ଶକ୍ତି ବାସ କରେ । ଫଳରେ ବିବାହରେ ବିଳମ୍ବ ହୁଏ ।
- ଘରର ସମସ୍ତ କକ୍ଷରେ ଏଣେତେଣେ ଜିନିଷ ପକାଇ ରଖନ୍ତୁ ନାହିଁ । ଏହା ମଧ୍ୟ ବିବାହରେ ବାଧା ସୃଷ୍ଟି କରେ ।
- ଆହୁରି ମଧ୍ୟ ନିୟମିତ କଳହ ଝଗଡା ମଧ୍ୟ କରନ୍ତୁ ନାହିଁ । ଶାନ୍ତି ଓ ପରିଷ୍କାର ବାତାବରଣ ରହିଲେ ମାଙ୍ଗଳିକ କାର୍ଯ୍ୟ ଶୀଘ୍ର ହୁଏ ।

