ଆଜିଠାରୁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଛି l ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାକୁ ମିଶାଇ ଦେଶରେ ଆଜି ମୋଟ୍ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏବେ ଦେଶରେ ମୋଟ ୩୪ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ l
ଏହି ୩୪ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାକୁ ମିଳିଛି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ଶୁଭାରମ୍ଭ ହୋଇଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ । ଏହା ପ୍ରତ୍ୟୋକ ଦିନ ପୁରୀରୁ ସକାଳ ୫ ଟାରେ ଯାତ୍ରା ଆରମ୍ଭ କରି ଦିନ ୧୨.୪୫ ରେ ରାଉରକେଲାରେ ପହଞ୍ଚିବ । ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୫୦୫ କିଲୋମିଟର ଦୂରତାକୁ ମାତ୍ର ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ ଏହି ଟ୍ରେନ l
ଅନ୍ୟପଟେ ରାଉରକେଲାରୁ ଅପରାହ୍ନ ୨ଟା ୧୦ ମିନିଟରେ ଛାଡି ରାତି ୯.୪୦ ରେ ପୁରୀରେ ପହଞ୍ଚିବ ଏହି ଟ୍ରେନ । ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନମାନଙ୍କରେ ରହଣି କରିବ ।