Site icon UTKAL PRATIDIN

ଭାଦ୍ରବ କାଳ ଯୋଗ ; କେତେବେଳେ ବାନ୍ଧିବେ ରାକ୍ଷୀ ଜଣାନ୍ତୁ ?

8

ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀଙ୍କ ପାଇଁ ଏକ ପବିତ୍ର ବନ୍ଧନ । ଏହି ଦିନଟିକୁ ସବୁ ଭଉଣୀମାନେ ଉତ୍ସାହର ସହ ଚାହିଁ ବସିଥାନ୍ତି । ଏହି ବନ୍ଧନ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ପ୍ରେମର ବନ୍ଧନ । ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପାଳନ ହୁଏ । ଏହାକୁ ରାକ୍ଷୀପୂର୍ଣ୍ଣିମା ବୋଲି କୁହାଯାଏ । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସଭିଙ୍କ ମନରେ ରହିଛି ଦ୍ୱନ୍ଦ । କେହି କେହି ଅଗଷ୍ଟ ମାସ ୩୦ ତାରିଖକୁ ରାକ୍ଷୀ ପୂର୍ଣ୍ଣିମା କହୁଥିବା ବେଳେ କେହି ୩୧ ତାରିଖରେ ପାଳିବାକୁ କହୁଛନ୍ତି । କିନ୍ତୁ କାହିଁକି ଏପରି ଦ୍ୱନ୍ଦ ଦେଖା ଦେଉଇଛି? ପ୍ରକୃତରେ କେବେ ପାଳନ ହେବ ରକ୍ଷାବନ୍ଧନ?

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାକ୍ଷୀପୂଣ୍ଣୀମାରେ ରକ୍ଷାବନ୍ଧନ ପାଳନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଭଦ୍ରା ଛାୟା ରହୁଛି । ଏଣୁ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ମନାଯାଇଥାଏ । ଏଣୁ ଚଳିତ ବର୍ଷ ୩୦ ଅଗଷ୍ଟ ବୁଧବାର ଦିନ ପୂର୍ଣ୍ଣିମା ସହ ଭଦ୍ରା କାଳ ମଧ୍ୟ ପଡୁଛି । ୩୦ ଅଗଷ୍ଟରେ ଭଦ୍ରା କାଳ ରାତି ୯ ଟା୨ ମିନିଟ ଯାଏଁ ରହିବ । ୩୦ ତାରିଖ ରାତି ୯ ଟା୨ ମିନିଟ ପରେ ଏବଂ ୩୧ ତାରିଖ ସକାଳ ୭.୦୫ ଯାଏଁ ଏହାର ଶୁଭ ମୁହୁର୍ତ୍ତ ରହୁଛି । ଏଣୁ ଆସନ୍ତା କାଲି ରାତି ୯ ଟା୨ ମିନିଟ ପରେ ଭାଇଙ୍କ ହାତରେ ଭଉଣୀ ମାନେ ରାକ୍ଷୀ ବାନ୍ଧି ପାରିବେ ।

ଦର୍ଶକ ବନ୍ଧୁ ଏହି ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକ ପୌରାଣୀକ କଥା ରହିଛି । ପୌରାଣିକ ଗ୍ରନ୍ଥ ମହାଭାରତ ଅନୁସାରେ ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗିଥିଲା । ଏହା ପରେ ଦ୍ରୌପଦୀ ତାଙ୍କ ପିନ୍ଧା ଶାଢୀର କାନି ଚିରି କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ । ଏହା ପରେ ଶ୍ରୀକୃଷ୍ଣ ଜୀବନ ସାରା ତାଙ୍କ ରକ୍ଷା କରିବେ ବୋଲି ବଚନ ଦେଇଥିଲେ । ସେବେଠାରୁ ଏହି ପରମ୍ପରାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଉଛି ।

Exit mobile version