Site icon UTKAL PRATIDIN

ପଞ୍ଚଭୂତରେ ଲୀନହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

live 9 thmb

ଭୁବନେଶ୍ଵର: ପଞ୍ଚଭୂତରେ ଲୀନହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ସତ୍ୟନଗର ଶଶ୍ମାନରେ ପୁତ୍ର ଧର୍ମ ପାଳନକରି ବାବୁସାନ୍‌ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ବନ୍ଧୁ ପରିଜନ, ଜ୍ଞାନ୍ତି କୁଟୁମ୍ବ ସାରା ଓଡ଼ିଶା ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛନ୍ତି। ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି।  ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । 

ସୂଚନାଯୋଗ୍ୟ, ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା। କିଛିଦିନ ହେଲା ସେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Exit mobile version