ଭୁବନେଶ୍ଵର: ଆଉ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ବାଦଶାହା । ଓଡିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ତଥା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଛି । ୬୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି । ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି । ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ।
ଦଣ୍ଡା ବାଳୁଙ୍ଗା, ସରପଞ୍ଚ ବାବୁ ଫିଲ୍ମ ରେ ତାଙ୍କୁ ପରିଚୟ ଆଣି ଦେଇଥିଲା। ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥି, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ , ଅସ୍ତରଙ୍ଗ , ଦେଖ ଖବର ରଖ ନଜର, ଜ୍ବାଇଁ ପୁଅ, ଅଭିଳାଷା, ଝିଅଟି ସୀତା ପରି, ରାମ ରହିମ, ଜାଈ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ପୂଜା ଫୁଲ, ସମୟ ବଡ ବଳବାନ, ସଂଖ୍ୟା ସିନ୍ଦୂର, ସହରୀ ବାଘ, ସତ୍ କେବେ ଲୁଚି ରହେନା, ଚକା ଆଖି ସବୁ ଦେଖୁଛି, ଫୁଲ ଚନ୍ଦନ , ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ପୁଅ ମୋର କଳା ଠାକୁର ଆଦି ଚଳଚ୍ଚିତ୍ର ରେ ଛାପ ଛାଡିଛନ୍ତି ସ୍ୱର୍ଗୀୟ ଉତ୍ତମ ମହାନ୍ତି ।
ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ। ଉତ୍ତମ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ୩୦ ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଥିବା ଉତ୍ତମ ମହାନ୍ତି କେବଳ ଗୋଟିଏ ମାତ୍ର ହିନ୍ଦୀ ସିନେମାରେ ନଜର ଆସିଥିଲେ । ଏହି ସିନେମାର ନାମ ଥିଲା ‘ନୟା ଜହର’ । ଯାହା ବେଶ୍ କମ୍ ଲୋକ ଜାଣିଛନ୍ତି ।

