
ବର୍ତ୍ତମାନ ସମୟରେ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ୟୁପିଆଇ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ପେମେଣ୍ଟ କରିପାରିବେ।
ପୂର୍ବରୁ ଏହାର ସୀମା କମ ଥିବାରୁ ଉପଭୋକ୍ତା ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ବର୍ତମାନ ଏହାର ସୀମା ୫ଲକ୍ଷ ହୋଇଥିବାରୁ ଉପଭୋକ୍ତାମାନେ ବେଶ ଖୁସି ଅଛନ୍ତି । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଟିକସ ପେମେଣ୍ଟ ଲିମିଟର ବର୍ଦ୍ଧିତ ସୀମା ଲାଗୁ କରିବା ପାଇଁ ବ୍ୟାଙ୍କ, ପେମେଣ୍ଟ ସେବା ଯୋଗାଣକାରୀ ଏବଂ ୟୁପିଆଇକୁ କହିଛି ଏନପିସିଆଇ। ଅର୍ଥାତ୍ ସେପ୍ଟେମ୍ବର ୧୬ ସୁଦ୍ଧା ୫ ଲକ୍ଷ ଟଙ୍କାର ଟିକସ ପେମେଣ୍ଟ କରିବା ପାଇଁ ୟୁପିଆଇ ବ୍ୟବହାର କରାଯାଇପାରିବ। ଏହାବ୍ୟତୀତ ଏବେ ଅନ୍ୟ କାଟାଗୋରୀ ପାଇଁ ପ୍ରତ୍ୟେକ କାରବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ହୋଇପାରିବ।
ଏହି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ଡାକ୍ତରଖାନା ଏବଂ ଶିକ୍ଷା ପ୍ରତିଷ୍ଠାନ, ଆଇପିଓ ଏବଂ ଆରବିଆଇ ଖୁଚୁରା ପ୍ରତ୍ୟକ୍ଷ ଯୋଜନା ପାଇଁ ମଧ୍ୟ କରାଯାଇପାରିବ। ସୂଚନାଯୋଗ୍ୟ ଯେ, ଏହା କେବଳ କିଛି କାରବାରରେ ପ୍ରଯୁଜ୍ୟ ହେବ।
ଏହାବ୍ୟତୀତ, ବ୍ୟାଙ୍କ ଏବଂ ୟୁପିଆଇ ସହିତ ସେମାନେ କେଉଁ ସୀମା ଅନୁମତି ଦିଅନ୍ତି ତାହା ଯାଞ୍ଚ କରିବାକୁ ପଡିବ।ଏନପିସିଆଇ କହିଛି ଯେ, ଟିକସଦାତାମାନେ ମଧ୍ୟ ନିଶ୍ଚିତ କରିବା ଉଚିତ ଯେ ଟିକସ ଦେୟ ବର୍ଗ ପାଇଁ ବର୍ଦ୍ଧିତ ସୀମା ଲାଗି ୟୁପିଆଇ ଏକ ପେମେଣ୍ଟ ମୋଡ୍ ଭାବରେ ସକ୍ଷମ ହୋଇଛି ।ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ଉପଭୋକ୍ତା କହିଛନ୍ତି ।