
କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି ।ସେଥିପାଇଁ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବିଜେପି ବନ୍ଦ ପାଳନ କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୁଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରାଦେଇଛି।
ବନ୍ଦପାଳନ ବେଳେ ଦୋକାନ ବଜାର ସବୁ ବନ୍ଦ ରହିବ ।କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।ଆସନ୍ତା କଲି ସ୍ଥିତି ସ୍ୱାଭାବିକ ହେବ ସହ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ ବୋଲି କହିଛନ୍ତି ମମତା ବାନାର୍ଜୀ ।