Site icon UTKAL PRATIDIN

ବିଧାସଭାରେ ହଙ୍ଗାମା, ଶାସକ ବିରୋଧୀ ଧସ୍ତାଧସ୍ତି

F

ଜମ୍ମୁକାଶ୍ମୀରରେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି ।ଶାସକ-ବିରୋଧୀ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି। ଧାରା ୩୭୦ ପୁନଃ ଲାଗୁ ପ୍ରସ୍ତାବ ଆଗତ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗରେ ବିଜେପିର ବିରୋଧ ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମାରପିଟ୍ ରୋକିବାକୁ ମାର୍ସଲ୍ ଆସିଥିଲେ।ପରସ୍ପରକୁ ମୁଥମାରି ଲହୁଲୁହାଣ କଲେ ବିଧାୟକ ।

ନ୍ୟାସନାଲ କନଫେରେନ୍ସ ଓ ବିଜେପି ବିଧାୟକଙ୍କ ମଧ୍ୟରେ ବଡ ସଂଘର୍ଷ ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଥିଲା କି ହଟ୍ଟଗୋଳ କରୁଥିବା କିଛି ବିଧାୟକଙ୍କୁ ମାର୍ଶାଲ ଟେକି ନେଇ ବିଧାନସଭାରୁ ବାହାର କରିଦେଇଥିଲେ । ଲଗାତାର ୫ଦିନ ଧରି ଏଭଳି ସ୍ଥିତି ଚାଲିଛି ।

Exit mobile version