ସର୍ବସାଧାରଣରେ ପ୍ରକାଶ ହେବ ରତ୍ନଭଣ୍ଡାରରେ କେତେ ହୀରା ଲୀଳା ଅଛି। ମନ୍ତ୍ରୀ କହିଛନ୍ତି, ଜିପିଆର୍ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆସିବ। ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନିଷ୍ପତ୍ତି ନେବେ। ଯଦି କିଛି ନାହିଁ, ରିପୋର୍ଟ ଆସିବା ପରେ ଏଏସଆଇ ମରାମତି କରିବ।ଆଉ ୨ରୁ ୪ଦିନ ଭିତରେ ରତ୍ନଭଣ୍ଡାରର ସମସ୍ତ ତଥ୍ୟ ସମ୍ପର୍କରେ ସୂଚନା ମିଳିବ ।
ଖୋଲିବ ରତ୍ନ ଭଣ୍ଡାର ରହସ୍ୟ,ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ
