Site icon UTKAL PRATIDIN

ଭୁବନେଶ୍ୱର ଆସିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ

images (2)

ଭୁବନେଶ୍ୱର କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ କିରଣ ରିଜିଜୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କିରଣ ରିଜିଜୁଙ୍କୁ ସ୍ୱାଗତ ଜଣାଇଛନ୍ତି । ନୂଆ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଆଜି ବିଧାନସଭାରେ ସେ ଯୋଗ ଦେବେ। ନୂଆ ବିଧାୟକମାନଙ୍କୁ ନିଜ ଅନୁଭୂତି ବାଣ୍ଟିବେ କେନ୍ଦ୍ରମନ୍ତ୍ରୀ। ଏହାପରେ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ।

ସୂଚନାଅନୁସାରେ , ବିଧାନସଭାରେ ନୂଆ ବିଧାୟକ ନେବେ ପ୍ରଶିକ୍ଷଣ। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଦୁଇ ଦିନ ଧରି ଚାଲିବ । ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ତେବେ ଦଳୀୟ ଭିତ୍ତିରେ କାର୍ୟ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବର୍ଜନ କରିଛନ୍ତି। ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଚାଲିବ ବୋଲି ସ୍ପଷ୍ଟ ହୋଇଛି।

Exit mobile version