
ନୂଆଦିଲ୍ଲୀ:କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟ ସଭାରେ କଂଗ୍ରେସକୁ ଘେରିଛନ୍ତି | ଚୌହାନ କହିଛନ୍ତି, କଂଗ୍ରେସକୁ ସବୁବେଳେ କାହିଁକି ଶକୁନି, ପଶାଖେଳ, ଚକ୍ରବ୍ୟୁହ କଥା ମନେ ପଡେ ? ଆମେ ଯେତେବେଳେ ମହାଭାରତକୁ ଯାଉ, ଆମର କୃଷ୍ଣଙ୍କ କଥା ମନେପଡେ | ଅନୀତି, ଅଧର୍ମ କିଏ କରିଛି ? କିଏ ଦେଶବାସୀଙ୍କୁ ଠକିଛି ? କଂଗ୍ରେସ DNAରେ ସବୁବେଳେ ଚାଷୀ ବିରୋଧୀ ଭାବି ହିଁ ଥାଏ|
ଶିବରାଜ ରାଜ୍ୟ ସଭାରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର ଯୋଜନା ଓ କାର୍ଯ୍ୟକ୍ରମ ଉପରେ ହେଉଥିବା ଆଲୋଚନାରେ ଭାଗ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି | ସେ କହିଛନ୍ତି, ଶକୁନି ଧୋକା ଏବଂ କପଟତାର ପ୍ରତୀକ ଅଟେ | ସେହିପରି, ପଶା ଖେଳ ଧୋକା ଏବଂ ଚକ୍ରବ୍ୟୁହ ଏକାଧିକ ଲୋକ ଜଣଙ୍କୁ ଘେରି ମାରିବାକୁ ବୁଝାଏ |ତେବେ କଂଗ୍ରେସର ଅସଲ ଚେହେରା କଣ ସେଇଆ କି ପ୍ରଶ୍ନ କରିବା ସହ ଜୋରଦାର ବର୍ଷିଛନ୍ତି ଶିବରାଜ |
ସେ କହିଥିଲେ, ଆରମ୍ଭରୁ କଂଗ୍ରେସର ପ୍ରାଥମିକତା ଭୁଲ ରହି ଆସିଛି | ସେ ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନାଁ ନେଇ ସମାଲୋଚନା କରିଥିଲେ | ସେ କହିଥିଲେ, ନେହେରୁ ରୁଷରୁ ମଡେଲ ନେଇ ଆସିଲେ ଏବଂ ଭାରତରେ ଏହାକୁ ଲାଗୁ କରିବାକୁ କହିଥିଲେ | ହେଲେ ଚୌଧୁରୀ ଚରଣ ସିଂ ଏହା ଭୁଲ ବୋଲି କହିଥିଲେ | ହେଲେ ସଁ ହେଲା ? ଆମେରିକାରୁ ସଡା ଲାଲ ଗହମ ନେଇ ଆସିଲେ, ଏହାକି ଖାଇବାକୁ ଭାରତକୁ ବାଧ୍ୟ କଲେ | ଇନ୍ଦିରାଙ୍କ ସମୟରେ ମଧ୍ୟ ଜବରଦସ୍ତ ଲେଭି ଆଦାୟ କର ଯାଉଥିଲା | ଭାରତ ଆତ୍ମନିର୍ଭର ହୋଇ ପାରିନି | ରାଜୀବଗାନ୍ଧୀ କୃଷି ବିଲ ପଲିସୀ ଉପରେ ଆଲୋଚନା କରିଥିଲେ | କିନ୍ତୁ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କିଛି ପଦକ୍ଷେପ ନେଇ ନାହାନ୍ତି |
୨୦୦୪ରୁ ୨୦୧୪ ଯାଏ ଭାରତ ଦୁର୍ନିତୀର ଦେଶ ନାଁରେ ଜଣାଶୁଣା ଥିଲା | ଏମିତି କହି କଂଗ୍ରେସ ଉପରେ ଜୋରଦାର ବର୍ଷଛନ୍ତି ଶିବରାଜ |