Site icon UTKAL PRATIDIN

ସାବଧାନ, ଚିକେନ ନେଲାଣି ୨୧ ଜୀବନ!

26172

ମୁମ୍ବାଇ: ଅଧିକାଂଶ ଲୋକଙ୍କର ପ୍ରାୟତଃ ଚିକେନ୍ ଖାଇବା ବହୁତ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚିକେନ ଖାଇବାକୁ ଭଲପାଆନ୍ତି । କହିବାକୁ ଗଲେ ଚିକେନରେ ଅଲଗା ଅଲଗା ପ୍ରକାରର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ପ୍ରୋଟିନ୍ ସମେତ କେତେକ ପୃଷ୍ଟିସାର ଜାତୀୟ ତତ୍ତ୍ବ ମିଳିଥାଏ । ସ୍ବାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ବାରା ସ୍ବାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । 

ଆଜିକାଲି ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଅର୍ଥାତ GBS ନାମକ ଏକ ଭାଇରସ ଦ୍ରୁତ ଗତିରେ ବଢ଼ିବାରେ କଲାଗିଛି । ଯେଉଁଥିରେ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଏହି ରୋଗରେ ଆକ୍ରାନ୍ତ ହୋଇ ୨୧ ଜଣଙ୍କ ଜୀବନ ବି ଗଲାଣି । ଏଭଳି ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଶାସନ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଭାଇରସ କମ୍ ରନ୍ଧା ହୋଇଥିବା କୁକୁଡ଼ାରେ ମିଳିପାରେ, ଯାହା ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ବୃଦ୍ଧି କରେ । ତେଣୁ କମ ରନ୍ଧା ଚିକେନ୍ ଖାଇବାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ GBS ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଜନସାଧାରଣଙ୍କୁ ସଫାସୁତୁରା ଖାଦ୍ୟ ପ୍ରତି ଯତ୍ନ ନେବାକୁ ଏବଂ ଚିକେନକୁ ଠିକ୍ ଭାବରେ ରାନ୍ଧିବା ପରେ ହିଁ ଖାଇବାକୁ ନିବେଦନ କରିଛନ୍ତି ।

ଆପଣମାନେ ଏହା ମଧ୍ୟ ଶୁଣିଥିବେ ଡାକ୍ତରମାନେ ପ୍ରାୟତଃ ପରାମର୍ଶ ଦିଅନ୍ତି ଯେ ଖାଦ୍ୟ ଭଲ ଭାବରେ ରାନ୍ଧିବା ଉଚିତ । ବର୍ତ୍ତମାନ, GBS ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଏହି ଭାଇରସ ସତର୍କ ରହିବା ବହୁତ ଜରୁରୀ । ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ଏହି ରୋଗ ଉପରେ ନଜର ରଖିଛନ୍ତି ଏବଂ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

Exit mobile version