
ନୂଆଦିଲ୍ଲୀ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ କୁଆଡେ ଯିବେ ? ଭାରତରେ ରହିବେ ନା ଆଉ କେଉଁ ଦେଶରେ ଶରଣ ନେବେ ? ସେ ବିଷୟରେ ଅପଡେଟ ଦେଲା ବିଦେଶ ମନ୍ତ୍ରାଳୟ |
ବିଦେଶ ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କେଉଁଠି ରହିବେ ସେ ବିଷୟରେ କିଛି କହି ପାରିବେ ନାହିଁ | କାରଣ ଏହା ତାଙ୍କର ବ୍ୟକ୍ତିଗତ ମାମଲା | ସେ କୁଆଡେ ଯିବେ ତାହାର ନିଷ୍ପତି ସେ ନିଜେ ନେବେ |
ଇତି ମଧ୍ୟରେ ବାଂଲାଦେଶରେ ମଧ୍ୟବିତ ସରକାର ଗଠନ ହେବାକୁ ଯାଉଛି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଆଜି ଶପଥ ନେବେ | ତେବେ ଶେଖ ହସିନା କୁଆଡେ ଯିବେ ସେ ନେଇ ସସପିଏନ୍ସ ଲାଗି ରହିଛି | ତେବେ ସେ ବ୍ରିଟେନକୁ ରାଜନୈତିକ ଶରଣ ନେବା ପାଇଁ ଚାହୁଁଥିବା କୁହାଯାଉଛି | ଏହା ଭିତରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବ୍ରିଟେନ ବିଦେଶ ମନ୍ତ୍ରୀ ଡେଭିଡ ଲେମିଙ୍କ ସହ ଆଲୋଚନା କରିଛନ୍ତି | ଏ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି |
ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟଶବାଲ କହିଛନ୍ତି, ଏସ ଜୟଶଙ୍କର ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବ୍ରିଟେନ ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି | କେଉଁ ପରିସ୍ଥିତିରେ ହସିନା ଭାରତକୁ ଆସିଲେ ସେ ସମ୍ପର୍କରେ ସୂଚନା ଦେଇଥିଲେ |