
ଜମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଟେରାମ୍-ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି।ଶନିବାରଦିନ ଜାମ୍ମୁକାଶ୍ମୀରର କଠୁଆରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ।ଏହା ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଅତର୍କିତ ଗୁଳିଚାଳନା ମଧ୍ୟ ହୋଇଥିଲା ।ଆତଙ୍କବାଦୀଙ୍କ ସହ ମୁକାବିଲା ବେଳେ ପୁଲିସ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ବାସିର ଅହମ୍ମଦ। ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି।ସେପଟେ ଗତକାଲି ସନ୍ଧ୍ୟାରେ କୁଲଗାମ ଜିଲ୍ଲାରେ ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅପରେସନ୍ ବେଳେ ଜଣେ ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।